ପାଟକୁରା ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ପାଟକୁରା ନିର୍ବାଚନ ପାଇଁ ଏବେ ରାଜ୍ୟ ରାଜନୀତି ବେଶ୍‌ ସରଗରମ ରହିଛି । ସମସ୍ତ ଦଳର ବହୁ ହେଭିୱେଟ୍‌ ନେତାମାନେ ସେଠାରେ ଡେରାପକାଉଛନ୍ତି । ଏହାରି ମଧ୍ୟରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବସ୍‌ରେ  ଡେରାବିଶ, ଗରଦପୁର ଓ ମାର୍ଶାଘାଇ ବ୍ଲକରେ ରୋଡ୍ ଶୋ’ କରିବେ । ଏହା ସହିତ ବିଜେଡ଼ି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ୍‌ଙ୍କ ପାଇଁ ଭୋଟ୍‌ ମାଗିବେ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚଛି । ନବୀନ ବାରିମୂଳ ପଞ୍ଚାୟତ ପଡ଼ିଆରେ ସକାଳ ୯ଟା ୫୦ମିନିଟରେ ସେଠାରେ ପହଁଚିବେ । ଏହା ପରେ ବସରେ ଡେରାବିଶ ବ୍ଲକରୁ ରୋଡ଼୍‌ ଶୋ ଆରମ୍ଭ କରିବେ । ଜନ୍ତିଲୋ ଆଇବିରେ ପହଁଚି ସେଠାରେ ସେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ କରିବା ପରେ ୧ଟା ୪୫ମିନିଟରେ ହଳଦିଆଗଡ଼ ଯିବେ । ହଳଦିଆଗଡ଼ରୁ ଗରଦପୁର ବ୍ଲକ ଓ ଶେଷରେ ସନ୍ଧ୍ୟା ସାଢ଼େ ୫ଟାରେ ମାର୍ଶାଘାଇ ବ୍ଲକରେ ରୋଡ଼୍‌ ଶୋ କରିବାର କାର୍ଯ୍ୟକ୍ରମ ରହିଛି ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଜି କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଥିବାବେଳେ ପାଟକୁରା ନିର୍ବାଚନ ମଣ୍ଡଳୀକୁ ଏଥିରୁ ବାଦ୍‌ ଦିଆଯାଇଛି । 

Spread the love