ରାଜ୍ୟ ବିଜେପି ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ତାଲିକା ଘୋଷଣା

ଭୁବନେଶ୍ୱର :ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ଏବଂ ସଂଗଠନରେ ମୋର୍ଚ୍ଚାମାନଙ୍କର ସଂଗଠନାତ୍ମକ, ରଚନାତ୍ମକ ଓ ଆନ୍ଦୋଳନାତ୍ମକ କାର୍ଯ୍ୟାଧାରାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ରାଜ୍ୟ ବିଜେପିର ବିଭିନ୍ନ ମୋର୍ଚ୍ଚା ପାଇଁ ରାଜ୍ୟ ପ୍ରଭାରୀଙ୍କ ନାମ ଘୋଷଣା ହୋଇଛି । ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଭାରୀ:ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ (ରାଜ୍ୟ ସାଧାରଣ ସଂପାଦକ);ଯୁବ ମୋର୍ଚ୍ଚା ପ୍ରଭାରୀ:ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର (ରାଜ୍ୟ ସାଧାରଣ ସଂପାଦକ), ସଂଖ୍ୟାଲଘୁ ମୋର୍ଚ୍ଚା ପ୍ରଭାରୀ:ଶ୍ରୀ ରବି ନାରାୟଣ ନାଏକ (ରାଜ୍ୟ ସାଧାରଣ ସଂପାଦକ), ଓବିସି ମୋର୍ଚ୍ଚା ପ୍ରଭାରୀ: ଡ.ଲେଖାଶ୍ରୀ ସାମନ୍ତସିଂହାର (ରାଜ୍ୟ ସାଧାରଣ ସଂପାଦକ); ଅନୁସୂଚିତ ଜନଜାତି (ଏସଟି) ମୋର୍ଚ୍ଚା ପ୍ରଭାରୀ: ସୁଶ୍ରୀ ସୁକେଶୀ ଓରାମ(ରାଜ୍ୟ ଉପସଭାନେତ୍ରୀ), ମହିଳା ମୋର୍ଚ୍ଚା ପ୍ରଭାରୀ:ଶ୍ରୀମତୀ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ (ରାଜ୍ୟ ଉପସଭାନେତ୍ରୀ),କୃଷକ ମୋର୍ଚ୍ଚା ପ୍ରଭାରୀ:ଶ୍ରୀ କାଳନ୍ଦୀ ସାମଲ (ରାଜ୍ୟ ସଂପାଦକ)ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ରାଜ୍ୟ କାର୍ଯ୍ୟାଳୟରୁ ପ୍ରକାଶ କରାଯାଇଛି ।

Spread the love