ରାଜ୍ୟ ସରକାରଙ୍କ ନିଷ୍ପତି ପରିବର୍ତନ, ୧୪ରୁ ସ୍କୁଲକୁ ଆସିବେନି ଛାତ୍ରଛାତ୍ରୀ

ଭୁବନେଶ୍ବର ୧୦/୦୨: ଫେବୃଆରୀ ୧୪ତାରିଖରେ ଖୋଲିବ ସ୍କୁଲ କିନ୍ତୁ ଆସିବେନି ଛାତ୍ରଛାତ୍ରୀ । ଆସନ୍ତା ୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଆସିବେ । କିନ୍ତୁ ୧୪ ତାରିଖରୁ ଶିକ୍ଷକ ଏବଂ କର୍ମଚାରୀ ସ୍କୁଲ ଆସିବେ । ପୂର୍ବରୁ ଫେବୃଆରୀ ୧୪ ତାରିଖରୁ ଛାତ୍ରଛାତ୍ରୀ ସ୍କୁଲକୁ ଆସିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । କିନ୍ତୁ ବର୍ତ୍ତମାନ ଏଥି​‌ରେ ପରିବର୍ତ୍ତନ କରାଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ସଂକ୍ରମଣ କମୁଥିବାରୁ ସ୍କୁଲ ଖୋଲିବା ନେଇ ତତ୍ପରତା ପ୍ରକାଶ କରିଥିଲେ ରାଜ୍ୟ ସରକାର । ଫେବୃଆରୀ ୭ ତାରିଖରୁ ଅଷ୍ଟମରୁ ୧୦ମ ଏବଂ ଫେବୃଆରୀ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ପ୍ରଥମେ ଘୋଷଣା ହୋଇଥିଲା । ତେବେ ଅଷ୍ଟମରୁ ୧୦ ଶ୍ରେଣୀ ସ୍କୁଲ ଧାର୍ଯ୍ୟ ତାରିଖରେ ଖୋଲିଥିବା ବେଳେ ଏବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଆସିବା ତାରିଖକୁ ପରିବର୍ତ୍ତନ କରାଯାଇଛି । ୧୪ରୁ ସ୍କୁଲ ଖୋଲିବ କିନ୍ତୁ କେବଳ ଶିକ୍ଷମ ଏବଂ କର୍ମଚାରୀ ଆସିବେ । ଛାତ୍ରଛାତ୍ରୀମାନେ ଫେବୃଆରୀ ୨୮ ତାରିଖରୁ ପାଠ ପଢା ଆରମ୍ଭ ହେବ ।

Spread the love