ସ୍ବାମୀ ସରପଞ୍ଚ, ସ୍ତ୍ରୀ ସମିତି ସଭ୍ୟ ପ୍ରାର୍ଥୀ

ପୀରହାଟ: ରାଜନୀତି ମୈଦାନରେ କେଉଁଠି ଗୋଟିଏ ପରିବାରର ଏକାଧିକ ସଦସ୍ୟ ପ୍ରାର୍ଥୀ ହୋଇଥିବା ନଜିର ରହିଥିବା ବେଳେ ଆଉ କେଉଁଠି ଦିଅର ଭାଉଜ, ଭାଇ ଭାଇ ନିର୍ବାଚନ ଲଢ଼ୁଥିବା ଆମେ ଦେଖିବାକୁ ପାଇଛୁ। ହେଲେ ସ୍ଵାମୀ-ସ୍ତ୍ରୀ ଉଭୟ ଗୋଟିଏ ପଞ୍ଚାୟତରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବା ଘଟଣା ଟିକିଏ ନିଆରା । ଏହା ଦେଖିବାକୁ ମିଳିଛି, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡି ବ୍ଲକ ଜାମଯୋଡି ପଞ୍ଚାୟତରେ । ଏହି ପଞ୍ଚାୟତରେ ।ମୀ ଚିତ୍ତରଞ୍ଜନ ମଲ୍ଲିକ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ଧର୍ମପତ୍ନୀ ମାମିନା ଲେଙ୍କା ମିତିସଭ୍ୟ ପଦବୀରେ ଛିଡା ହୋଇଛନ୍ତି। ତାଙ୍କ ଟକ୍କର ଦେବାକୁ ପୂର୍ବତନ ଜିଲ୍ଲା ପରିଷଦ ଭ୍ୟ ପ୍ରଶାନ୍ତ ବିଶ୍ବାଳ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ସେହିପରି ସୁଦର୍ଶନ ବିଶ୍ୱାଳ ଓ ବସନ୍ତ ନାୟକ । ଏଠାରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ସବୁଠାରୁ ମଜା କଥା, ଗତ ୨୦୧୭ ନିର୍ବାଚନରେ ଲୁରଞ୍ଜନଙ୍କ ପତ୍ନୀ ମାମିନା ଲେଙ୍କା ସରପଞ୍ଚ ପାଇଁ ଲଢି ପରାଜିତ ହୋଇଥିଲେ।

Spread the love