ମେଗା ନିଲାମୀରେ ୨୧ଜଣଙ୍କୁ କିଣିଲା ଚେନ୍ନାଇ ସୁପର କିଙ୍ଗସ୍

ବେଙ୍ଗୁଲୁରୁ  : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (IPL)ର ୧୫ତମ ସିଜିନ୍‌ ପାଇଁ ମେଗା ନିଲାମୀ ପ୍ରକ୍ରିୟା ଶେଷ ହୋଇଛି । ଯେଉଁଥିରେ ଆଇପିଏଲ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ମୋଟ ୨୧ ଜଣ ଖେଳାଳିଙ୍କୁ କିଣିଛି । ଭେଟେରାନ୍‌ ବୋଲିଂ ଅଲରାଉଣ୍ଡର ଦୀପକ ଚହରଙ୍କୁ ସବୁଠାରୁ ଅଧିକ ଟଙ୍କା ଦେଇ ପୁଣିଥରେ କିଣିଛି ସିଏସ୍‌କେ । ଏହା ବାଦ୍‌ ଅମ୍ବାତି ରାୟୁଡୁ, ଡ୍ବେନ୍‌ ବ୍ରାଭୋ ଏବଂ ରବିନ୍‌ ଉଥପ୍ପାଙ୍କୁ ଦଳ ପୁଣି କିଣିଛି ।

ସେହିଭଳି ନୂଆ ଖେଳାଳି ଭାବେ ଶିବମ୍‌ ଦୁବେଙ୍କୁ ସିଏସ୍‌କେ ୪ କୋଟି ଟଙ୍କା​‌ରେ କିଣିଛି । ଏହା ଛଡା ନ୍ୟୁଜିଲାଣ୍ଡର ଡିୟୋନ୍‌ କୋଓ୍ବେଙ୍କୁ ୧ କୋଟି ଟଙ୍କା ବିନିମୟରେ ସିଏସ୍‌କେ ଟିମ୍‌ରେ ସାମିଲ କରିଛି । ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଡ୍ବେନ୍‌ ପ୍ରିଟୋରିୟସ୍‌ଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଥିବା ବେଳେ ନ୍ୟୁଜିଲାଣ୍ଡର ମିଚେଲ୍‌ ସାଣ୍ଟନର୍‌ଙ୍କୁ ମଧ୍ୟ ସିଏସ୍‌କେ ଟିମ୍​‌ରେ ସାମିଲ କରିଛି । ସବୁଠାରୁ ବଡ କଥା ହେଉଛି ୨୦୨୨ ଅଣ୍ଡର-୧୯ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିବା ରାଜବର୍ଦ୍ଧନ ହଙ୍ଗରଗେକରଙ୍କୁ ଦେଢ କୋଟି ଟଙ୍କାରେ ସିଏସ୍‌କେ କିଣିଛି । ପୂର୍ବରୁ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ, ରବିନ୍ଦ୍ର ଜାଡେଜା, ମୋଇନ୍‌ ଅଲ୍ଲୀ ଏବଂ ଭେଟେରାନ୍‌ ବ୍ୟାଟର୍‌ ଋତୁରାଜ ଗାୟକଓ୍ବାଡ୍‌ଙ୍କୁ ରିଟେନ୍‌ କରିଥିଲା ।

ସିଏସ୍‌କେ ଦ୍ବାରା କିଣାଯାଇଥିବା ଖେଳାଳି: ରବିନ୍‌ ଉଥପ୍ପା(୨କୋଟି ଟଙ୍କା), ଡ୍ବେନ୍ ବ୍ରାଭୋ (୪.୪୦ କୋଟି ଟଙ୍କା), ଅମ୍ବାତି ରାୟୁଡୁ (୬.୭୫କୋଟି ଟଙ୍କା), ଦୀପକ ଚହର (୧୪କୋଟି ଟଙ୍କା), କେଏମ୍‌ ଆସିଫ୍‌ (୨୦ଲକ୍ଷ ଟଙ୍କା), ତୁଷାର ଦେଶପାଣ୍ଡେ (୨୦ଲକ୍ଷ ଟଙ୍କା), ଶିବମ୍‌ ଦୁବେ (୪କୋଟି ଟଙ୍କା), ମହେଶ ଦିକ୍ଷାନା (୭୦ଲକ୍ଷ ଟଙ୍କା), ଡିଓ୍ବେନ୍‌ କୋଓ୍ବେ (୧କୋଟି ଟଙ୍କା), ଡ୍ବେନ୍ ପ୍ରିଟୋରିୟସ୍ (୫୦ଲକ୍ଷ ଟଙ୍କା), ରାଜବର୍ଦ୍ଧନ ହଙ୍ଗରଗେକର (୧.୫କୋଟି ଟଙ୍କା), ମିଚେଲ ସାଣ୍ଟନର୍ (୧.୯୦କୋଟି ଟଙ୍କା), ଆଡାମ୍‌ ମିଲନେ୍ (୧.୯୦କୋଟି ଟଙ୍କା), ଶୁଭ୍ରାଂଶୁ ସେନାପତି (୨୦ ଲକ୍ଷ ଟଙ୍କା), ମୁକେଶ ଚୌଧୁରୀ (୨୦ଲକ୍ଷ ଟଙ୍କା),  ପ୍ରକାଶ ମୌଲଙ୍କୀ (୨୦ଲକ୍ଷ ଟଙ୍କା), ଭଗତ ବର୍ମା (୨୦ଲକ୍ଷ ଟଙ୍କା), କ୍ରିସ୍‌ ଜୋର୍ଡନ (୩.୬୦ କୋଟି ଟଙ୍କା), ଏନ୍‌ ଜଗଦୀସନ୍ (୨୦ଲକ୍ଷ ଟଙ୍କା) ଏବଂ ହରି ନିଶାନ୍ତ (୨୦ଲକ୍ଷ ଟଙ୍କା)

ରିଟେନ୍‌ ଖେଳାଳି: ରବୀନ୍ଦ୍ର ଜାଡେଜା (୧୬କୋଟି ଟଙ୍କା), ଏମ୍‌ଏସ୍‌ ଧୋନୀ (୧୨କୋଟି ଟଙ୍କା), ମୋଇନ୍‌ ଅଲ୍ଲୀ (୮କୋଟି ଟଙ୍କା) ଏବଂ ଋତୁରାଜ ଗାୟକଓ୍ମାଡ (୬କୋଟି ଟଙ୍କା)

Spread the love