ନକଲି ଡାକ୍ତର ଗିରଫ

ଭୁବନେଶ୍ବର ୧୪।୦୨ : ଭଦ୍ର ମୂଖା ପିନ୍ଦା ନକଲି ଡାକ୍ତରଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେ ଡାକ୍ତର ପରିଚୟ ଦେଇ ଲୋକଙ୍କୁ କୋଟି କୋଟି ଠକୁଥିବା ଜଣେ କୁଖ୍ୟାତ ଠକକୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କେନ୍ଦ୍ରାପଡା  ଭଗବାନପୁରର ରମେଶ ଚନ୍ଦ୍ର ସ୍ଵାଇଁ (୬୧)।

ସୂଚନା ଥାଉକି , ନିଜକୁ ଡାକ୍ତର ପରିଚୟ ଦେଇ ରମେଶ ଦୀର୍ଘ ୨୦ ବର୍ଷ ହେବ କୋଟି କୋଟି ଟଙ୍କାର ଠକେଇ କରି ଆସୁଛି। ଏଥି ସହିତ ମହାଠକର ୫ ରାଜ୍ୟରେ ୧୩ ପତ୍ନୀ ରଖିଥିବା ଜଣାପଡ଼ିଛ। ତାଙ୍କ ସ୍ତ୍ରୀମାନେ କେହି କାହା ବିଷୟରେ କିଛି ଜାଣି ନାହାନ୍ତି । ଉକ୍ତ ୧୩ ପତ୍ନୀଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ଓକିଲ ଓ ମଡେଲ ରହିଛନ୍ତି। ବିଭିନ୍ନ ଠକେଇ ମାମଲାରେ ୨୦୧୧ ମସିହାରେ ଆନ୍ଧ୍ର ପୋଲିସ ଗରିଫ କରିଥିବା ଜଣାପଡିଛି। ଆନ୍ଧ୍ରା ପ୍ରଦେଶ ,କର୍ଣ୍ଣାଟକ, ଓଡ଼ିଶାରେ ନକଲି ଡାକ୍ତର ରମେଶ ଲିଙ୍କ ମିଳିଛି। ତେବେ ମହାଠାକକୁ ବାନ୍ଧିବାରେ କମିଶନରେଟ୍‌ ପୁଲିସ୍‌ ସଫଳ ହୋଇଛି। ଏ ବାବଦରେ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସୋମବାର ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଏନେଇ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି ।

Spread the love