ଅନ୍ୟ ଗାଁକୁ ଯାଇଥିଲେ ସମିତି ସଭ୍ୟ ପ୍ରାର୍ଥୀ, ଘର ଉପରକୁ ବୋମାମାଡ଼

ସାଲେପୁର ୧୬।୦୨ : କଟକ ଜିଲ୍ଲା ସାଲେପୁର ଶିଶୁଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘର ଉପରକୁ ବୋମାମାଡ଼ ।

ଦିଲ୍ଲୀପଙ୍କ ଘର ଉପରକୁ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ଦିଲ୍ଲୀପଙ୍କ ଘରକୁ ଲଗାତାର ଦୁଇଟି ବୋମାମାଡ଼ ହୋଇଥିବା ବେଳେ ଏଥିରେ ତାଙ୍କ ପତ୍ନୀ ନିରୁପମା ପତି ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।ତେବେ ବୋମାମାଡ଼ ସମୟରେ ଦିଲ୍ଲୀପ ଘରେ ନଥିଲେ । ସେ ପୁରୁଷୋତ୍ତମପୁର ଗାଁକୁ ନିର୍ବାଚନୀ ପ୍ରଚାରରେ ଯାଇଥିଲେ। କଟକ ଜିଲ୍ଲା ସାଲେପୁର ବ୍ଲକରେ ତୃତୀୟ ପର୍ଯ୍ୟାୟରେ ଆସନ୍ତା ୨୦ ତାରିଖରେ ଭୋଟ ଗ୍ରହଣ ହେବାକୁ ଯାଉଥିବାବେଳେ ତା ପୂର୍ବରୁ ଶିଶୁଆ ଗ୍ରାମ ପଂଚାୟତରେ ସଭ୍ୟ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମଡ଼ ହୋଇଛି। ଖବର ପାଇ ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Spread the love