ବେଙ୍ଗଲୀ ଗାୟିକା ସଂଧ୍ୟା ମୁଖାର୍ଜୀଙ୍କ ପରଲୋକ

ପ୍ରତିଷ୍ଠିତ ବେଙ୍ଗଲୀ ଗାୟିକା ସଂଧ୍ୟା ମୁଖାର୍ଜୀଙ୍କ ପରଲୋକ ହୋଇଛି । କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୁରୁତର ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଜାନୁଆରୀ ୨୭ରେ ସଂଧ୍ୟା ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ବଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିଶ୍ୱାସ ପ୍ରଶ୍ୱାସ ନେବାରେ ତାଙ୍କୁ କଷ୍ଟ ଅନୁଭବ ହୋଇଥିଲା । ପରେ କୋଲକାତା ଟ୍ରାଫିକ ପୋଲିସ ଦ୍ୱାରା କରାଯାଇଥିବା ଗ୍ରୀନ କରିଡରରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା।

ଏହାପରେ ତାଙ୍କ ଦୁଇ ଫୁସଫୁସରେ ସଂକ୍ରମଣ ଥିବା ଜଣାପଡିଥିଲା । ବଙ୍ଗ ବିଭୂଷଣରେ ସମ୍ମାନିତ ଏବଂ ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକା ପାଇଁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସମ୍ମାନିତ ହୋଇଛନ୍ତି ସଂଧ୍ୟା ମୁଖାର୍ଜୀ । ନିକଟରେ ସଂଧ୍ୟା ମୁଖାର୍ଜୀ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କରି ଚର୍ଚ୍ଚାକୁ ଆସିଥିଲେ ।

Spread the love