ବୁଥରୁ ବାଲାଟ ବକ୍ସ ଟେକିନେଲେ ଦୁର୍ବୃତ୍ତ

ବ୍ରହ୍ମଗିରି: ଚାଲିଛି ପ୍ରଥମ ପଞ୍ଚାୟତ ନିର୍ବାଚନ । କଡା ସୁରକ୍ଷା ଭିତରେ ବି ମୁଣ୍ଡ ଟେକିଛି ବିଶୃଙ୍ଖଳା । ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଦୁଇ ଦୁଇଟି ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବ୍ରହ୍ମଗିରି ବ୍ଲକ ଚାପମାଣିକ ପଞ୍ଚାୟତ କଶିଝାରିଆ ଗ୍ରାମ 9 ନମ୍ବର ବୁଥରେ ଦୁର୍ବୃତ୍ତମାନେ ଆତଙ୍କ ଖେଳାଇଛନ୍ତି । କିଛି ଦୁର୍ବୃତ୍ତ ବାଲାଟ ବକ୍ସ ଉଠାଇ ନେଇଛନ୍ତି ।

ଆଜି ସକାଳୁ ଏହି ବୁଥରେ କିଛି ଲୋକଙ୍କ ମଧ୍ୟରେ ଝଗଡା ହୋଇଥିଲା। ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ସମୟ ପାଖାପାଖି 10ଟା 3୦ ରେ ଜଣେ ଦୁର୍ବୁତ୍ତ ଭୋଟ ଦେବା ଆଳରେ ଆସି ବାଲାଟ ବକ୍ସ ଧରି ନିକଟରେ ଥିବା ଜଙ୍ଗଲ ଭିତରକୁ ଦୌଡି ପଳେଇଥିଲା । ଏସଡିପିଓ କିଶୋର କୁମାର ମୁଣ୍ଡ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି।

Spread the love