ପେଟ୍ରୋପଲିସରେ ପ୍ରକୃତିର ତାଣ୍ଡବ

ବ୍ରାଜିଲ: ବ୍ରାଜିଲର ପେଟ୍ରୋପଲିସରେ ପ୍ରକୃତିର ତାଣ୍ଡବ । ପ୍ରବଳ ବର୍ଷା ହେତୁ ବନ୍ୟା ଓ ଭୂସ୍ଖଳନ ହୋଇଛି । ଭୂସ୍ଖଳନରେ ପ୍ରାୟ ୭୮ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି । ଏନେଇ ଗତକାଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଗତ ମଙ୍ଗଳବାର ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ପେଟ୍ରୋପଲିସ୍ ସର୍ବାଧିକ ପ୍ରଭାବିତ ହୋଇଥିଲା । ଭୂସ୍ଖଳନ ଯୋଗୁ କିଛି ଘର ଦ୍ୱାରା ଭାଙ୍ଗିବା ସହ ଲୋକ ମାନେ ଫସି ରହିଥିଲେ । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‍ ପହଞ୍ଚି ପ୍ରାୟ ୨୧ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଥିଲା ।କିଛି ଲୋକ ଘର ଭିତରେ ଫସି ରହି ଚିତ୍କାର କରୁଥିବା ମଧ୍ୟ ଶୁଣିବାକୁ ମିଳିଥିଲା । ପରେ ସେମାନଙ୍କୁ ଉଦ୍ଧାର କରିଥିଲା ସୁରକ୍ଷା ବାହିନୀ । ସୁରକ୍ଷା ବାହିନୀର କହିବା ଅନୁସାରେ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି । ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି କି, ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗର ୧୮୦ କର୍ମଚାରୀ ନିୟୋଜିତ ଥିଲେ । ମାତ୍ର ତିନି ଘଣ୍ଟାରେ ୨୫.୮ ମିମି ବର୍ଷା ହୋଇଥିବାରୁ ସ୍ଥିତି ସଙ୍ଗୀନ ହୋଇଥିଲା । ଘଟଣାକୁ ନେଇ ବ୍ରାଜିଲର ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଜାୟର ବୋଲସନାରୋ ଟ୍ୱିଟ୍ କରି ଦୁଃଖପ୍ରକାଶ କରିବା ସହ ଖୁବ୍‍ ଶୀଘ୍ର ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love