ବିଜେଡିର କାଉଣ୍ଟର, ହିଂସା ପଛରେ ବିଜେପିର ହାତ

ବିଜେପିର ପ୍ରେସମିଟକୁ କାଉଣ୍ଟର କଲା ବିଜେଡି । ବିଜେପିର ନିର୍ବାଚନୀ ହିଂସା ଅଭିଯୋଗକୁ କଡ଼ା ଜବାବ ଦେଲା ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରେସମିଟ୍ କରି ବିଜେପିର ଅଭିଯୋଗକୁ କଡା ସମାଲୋଚନା କରିଛନ୍ତି । ବିଜେଡି ଏକ ଶାନ୍ତିପ୍ରିୟ ଦଳ । ନିର୍ବାଚନରେ ହିଂସାର ନାହିଁ ସ୍ଥାନ । ହିଂସା ପଛରେ ବିଜେପିର ହାତ ରହିଛି । ନିର୍ବାଚନରେ ହାରିବା ଭୟରେ ବିଜେପି ଏପରି ଗୁଣ୍ଡାଗିରି କରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର । ନିର୍ବାଚନ ଆସିଲେ ବିଜେପି ରକ୍ତମୁଖା ହୋଇପଡ଼େ । ଓଡ଼ିଶା, ଓଡ଼ିଶାବାସୀ, ବିଜେଡି ଓ ମୁଖ୍ୟମନ୍ତ୍ରୀ ଶାନ୍ତିପ୍ରିୟ । ବିଜେପି ହିଂସାକୁ ପ୍ରଶୟ ଦେଉଛି । ବିଜେପିର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଗୁଣ୍ଡାଗିରି କରି ବେଲରେ ଅଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

Spread the love