ସରପଞ୍ଚ ପ୍ରାର୍ଥିନୀଙ୍କୁ ପ୍ରଥମେ ପଠାଇଲେ ଭଜନ, ପରେ ଅଶ୍ଳୀଳ ଭିଡିଓ

ବାସୁଦେବପୁର ୧୯।୨: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ସୁଦର୍ଶନପୁର ପଂଚାୟତରେ ସରପଞ୍ଚ ପ୍ରାର୍ଥିନୀଙ୍କୁ ଅନ୍ୟ ଜଣେ ସରପଞ୍ଚ ପ୍ରାର୍ଥୀ ମୋବାଇଲରେ ଅଶ୍ଳୀଳ ଭିଡିଓ ପଠାଇବା ନେଇ ଅଭିଯୋଗ ହୋଇଛି । ଏ ନେଇ ସରପଞ୍ଚ ପ୍ରାର୍ଥିନୀ ଜଣଙ୍କ ଥାନା ସହ ବ୍ଲକ୍ ନିର୍ବ।ଚନ ଅଧିକାରୀଙ୍କଠାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ସରପଞ୍ଚ ପ୍ରାର୍ଥୀ ଜଣଙ୍କ ଗତ କିଛି ଦିନ ହେବ ସରପଞ୍ଚ ପ୍ରାର୍ଥିନୀଙ୍କୁ ଠାକୁରଙ୍କ ଭଜନ ଭିଡିଓ ପଠାଇ ଆସୁଥିଲେ । ସରପଞ୍ଚ ପ୍ରାର୍ଥିନୀ ଠାକୁରଙ୍କ ଭଜନକୁ ଗ୍ରହଣ କରୁଥିଲେ । ହେଲେ ଗତ ୭ ତାରିଖରେ ଓ ୯ ତାରିଖରେ ତାଙ୍କ ନିକଟକୁ ଅଳ୍ପ ଅଶ୍ଳୀଳ ଥିବା ଭିଡିଓ ପଠାଇଥିଲେ । କିନ୍ତୁ ଶୁକ୍ରବାର ତାଙ୍କ ମୋବାଇଲକୁ ସମ୍ପୂର୍ଣ୍ଣ ଅଶ୍ଳୀଳ ଭିଡିଓ ପଠାଇବା ସହିତ ବିଭିନ୍ନ ଅଶ୍ଳୀଳ ବାର୍ତ୍ତା ପଠାଇଥିବା ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ବାସୁଦେବପୁର ନିର୍ବ।ଚନ ଅଧିକାରୀ ବା ଥାନାରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ ହୋଇଛି ।

Spread the love