ଦ୍ଵିତୀୟ ପର୍ଯ୍ୟାୟରେ ୭୮.୩ ପ୍ରତିଶତ ମତଦାନ, ଗଞ୍ଜାମରେ ସବୁଠୁ କମ୍

ଭୁବନେଶ୍ବର ୧୯।୨: ରବିବାର ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ । ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ହେବ ନିର୍ବାଚନ ହେବ । ମଇଦାନରେ ୬୮୯ ପ୍ରାର୍ଥୀ ଅଛନ୍ତି । ୧୮ ହଜାର ୪୯୫ ୱାର୍ଡ ରହିଥିବା ବେଳେ ସେଥିରୁ ୨୭୭୩ ସମ୍ବେଦନଶୀଳ ବୁଥ୍ ରହିଛି । ୫୬ ଲକ୍ଷ ୫୩ ହଜାର ୪୦୫ ଭୋଟର ମତଦାନ କରିବେ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି ।

ଦ୍ଵିତୀୟ ପର୍ଯ୍ୟାୟରେ ୧୩ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ଦୁଇଟି ବୁଥରୁ ବାଲାଟ ତ୍ରୁଟି ନେଇ ରିପୋର୍ଟ ଆସିଛି । ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥରେ ପୁନଃ ମତଦାନ ନେଇ ପ୍ରସ୍ତାବ ଆସିଛି । ଏସବୁ ଉପରେ ନିର୍ବାଚନ କମିଶନ ବିଚାର ବିମର୍ଶ କରୁଛନ୍ତି ।

ନବରଙ୍ଗପୁରରେ ନିର୍ବାଚନ ଡ୍ୟୁଟି ବେଳେ ତିନି ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ୧୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଦ୍ଵିତୀୟ ପର୍ଯ୍ୟାୟ ଭୋଟରେ ୭୮.୩ ପ୍ରତିଶତ ମତଦାନ ହୋଇଛି। ଗଞ୍ଜାମରେ ସବୁଠୁ କମ୍ ମତଦାନ ହୋଇଛି।

Spread the love