ଅନିଲ ଓ ଟିନା ଅମ୍ବାନୀଙ୍କ ପୁଅ ଅନମୋଲ ଅମ୍ବାନୀ ବିବାହ ବନ୍ଧନରେ ବାନ୍ଧି ହେଲେ

ଅନିଲ ଅମ୍ବାନୀ ଓ ଟିନା ଅମ୍ବାନୀଙ୍କ ବଡ଼ ପୁଅ ଅନମୋଲ ଅମ୍ବାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଫେବୃଆରୀ ୨୦ରେ କୃଶା ଶାହଙ୍କୁ ବିବାହ କରିଛନ୍ତି। ନବ ବିବାହିତ ଅନମୋଲ ଓ କୃଶାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେମାନଙ୍କ ବିବାହର ପ୍ରଥମ ଫଟୋ ବିଜିନେସ୍‌ ଓ୍ଵିମେନ୍‌ ପିଙ୍କି ରେଡ୍ଡୀ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। କହି ରଖୁଛୁ, କୃଶା ଓ ଅନମୋଲଙ୍କ ମଧ୍ୟରେ ସାକ୍ଷାତ ସେମାନଙ୍କ ପରିବାର ମାଧ୍ୟମରେ ହୋଇଥିଲା ଏବଂ ପରେ ଦୁହେଁ ସବୁଦିନ ପାଇଁ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ।

ତେବେ ସେମାନଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି, ‘ଅନମୋଲ ଓ କୃଶାଙ୍କ ମଧ୍ୟରେ ସମ୍ପର୍କ ତତକ୍ଷଣାତ୍ ବା ପ୍ରଥମ ନଜରରେ ପ୍ରେମ ନୁହେଁ। ସେମାନେ ନିଜ ପରିବାର ମାଧ୍ୟମରେ ପରସ୍ପରକୁ ଭେଟିଥିଲେ। ପ୍ରାରମ୍ଭରେ ସେମାନେ ପରସ୍ପରକୁ ଜାଣିବାରେ ଅନେକ ସମୟ ନେଉଥିଲେ। ଅନମୋଲଙ୍କୁ ଏହି କଥା ବହୁତ ଆକର୍ଷିତ କରିଥିଲା ଯେ କୃଶା ତାଙ୍କ ସାମାଜିକ କାର୍ଯ୍ୟରେ ଅଧିକ ସକ୍ରିୟ ଅଛନ୍ତି। ଏହି କାରଣରୁ ଅନମୋଲ କୃଶାଙ୍କୁ ପସନ୍ଦ କରିବାକୁ ଲାଗିଥିଲେ। ଗତ ବର୍ଷ ଡିସେମ୍ବରରେ ଅନମୋଲ ଓ କୃଶାଙ୍କର ନିର୍ବନ୍ଧ ହୋଇଥିଲା। ଏଥିରେ କେବଳ ପରିବାର ଏବଂ ଘନିଷ୍ଠ ସାଙ୍ଗମାନେ ସାମିଲ ହୋଇଥିଲେ।

ବିଜିନେସ୍‌ ଓ୍ଵିମେନ୍‌ ପିଙ୍କି ରେଡ୍ଡୀ ବରର ମା’ ଟିନା ଅମ୍ବାନୀ, ଅଭିଷେକ ବଚ୍ଚନ, ନତାଶା ନନ୍ଦା ଏବଂ ଅନ୍ୟମାନଙ୍କ ସହିତ ମଧ୍ୟ ଫଟୋ ସେୟାର କରିଛନ୍ତି। ଏହି ବିବାହରେ ଅମିତାଭ ବଚ୍ଚନଙ୍କ ବ୍ୟତୀତ ଶ୍ୱେତା ବଚ୍ଚନ, ଜୟା ବଚ୍ଚନ, ନଭ୍ୟା ନନ୍ଦା ଏବଂ ଅନ୍ୟ କିଛି ଲୋକ ସାମିଲ ହୋଇଥିଲେ। ଗୋଟିଏ ଫଟୋରେ ଟିନା ଅମ୍ବାନୀଙ୍କ ଭାଉଜ ନୀତା ଅମ୍ବାନୀ ମଧ୍ୟ ଦେଖିବାକୁ ମିଳିଛନ୍ତି। ଏଥିରେ ମୁକେଶ ଓ ନୀତା ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ବି ଯୋଗ ଦେଇଥିଲେ।

କହି ରଖୁଛୁ, ଅନମୋଲ ଅମ୍ବାନୀଙ୍କ ପତ୍ନୀ କୃଶା ଶାହ ଜଣେ ବିଜିନେସ୍‌ ଓ୍ଵିମେନ୍‌ ଏବଂ ବିବାହ ପୂର୍ବରୁ ସେ ତାଙ୍କ ମା’ ଓ ଭାଇଙ୍କ ସହ ରହୁଥିଲେ। କୃଶା ପରିବାରରେ ସବୁଠାରୁ ସାନ। ତାଙ୍କର ଜଣେ ବଡ଼ ଭଉଣୀ ନୀତି ଶାହ ଅଛନ୍ତି, ଯିଏ ବିବାହିତା। ସେହିପରି ଜଣେ ବଡ଼ ଭାଇ ମିଶାଲ ଶାହ ବି ଅଛନ୍ତି। ୬ ମାସ ତଳୁ କୃଶାଙ୍କ ବାପାଙ୍କର ଦେହାନ୍ତ ହୋଇ ଯାଇଛି। ତାଙ୍କ ମା’ ନୀଲମ ଶାହ ଜଣେ ଫ୍ୟାଶନ ଡିଜାଇନର୍।

Spread the love