ହିଂସାକାଣ୍ଡକୁ କେହି ପ୍ରୋତ୍ସାହିତ କରିବା କି ସେଥିରେ ନିଜେ ସଂପୃକ୍ତ ହେବା ଉଚିତ ନୁହେଁ : ଅମର ପ୍ରସାଦ ଶତପଥୀ

ଭୁବନେଶ୍ବର ୨୧।୨: ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ । ସେ କହିଛନ୍ତି, କୌଣସି ହିଂସାକାଣ୍ଡକୁ କେହି ପ୍ରୋତ୍ସାହିତ କରିବା କି ସେଥିରେ ନିଜେ ସଂପୃକ୍ତ ହେବା ଉଚିତ ନୁହେଁ । ଏହି ଘଟଣାକୁ ଯେତେ ନିନ୍ଦା କଲେ ମଧ୍ୟ ତାହା କମ୍ ହେବ । ମୁଁ ସାଧୁବାଦ ଜଣାଉଛି ନିର୍ବାଚନ କମିଶନ ଏବଂ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହକାରେ ନେଇ କାର୍ଯ୍ୟ କରୁଛନ୍ତି । କାର୍ଯ୍ୟାନୁଷ୍ଠାନ ତତ୍ପରତାର ସହକାରେ ହୋଇଛି । ଏତେ ଶୀଘ୍ର କେବେ କେହି ଧରା ହୁଅନ୍ତି ନାହିଁ । ଏଭଳି କାର୍ଯ୍ୟାନୁଷ୍ଠାନ ଉଦାହରଣ ସୃଷ୍ଟି କରିବ ।

ଯାଜପୁର କେବେ ବି ହିଂସାର ପେଣ୍ଠସ୍ଥଳୀ ପାଲଟିନାହିଁ । କାଁ ଭାଁ ଘଟଣା ଘଟିଛି । ଯେଉଁଠି ବି ହିଂସାକାଣ୍ଡ ଘଟୁଛି ରି-ପୋଲିଂ ହେଉଛି । ସେଠି କେହି ମ୍ୟାନୁପୋଲେସନ କରି ଭୋଟ୍ ନେଉନାହାନ୍ତି ।

Spread the love