ସରକାରୀ କର୍ମଚାରୀମାନେ ଶାସକ ବିଜେଡି ସପକ୍ଷରେ ଭୋଟର ଦାୟୀତ୍ୱ ନେବା ଅତ୍ୟନ୍ତ ଅଗଣତାନ୍ତ୍ରୀକ ଓ ଦଣ୍ଡନୀୟ ଅପରାଧ: ସୁରଥ ବିଶ୍ୱାଳ

ଭୁବନେଶ୍ୱର, ତା.୨୪/୦୨: ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଆଜି ସମାପ୍ତ ହୋଇଛି । ଶାସକ
ଦଳର ରାଜନୈତିକ ହିଂସାକାଣ୍ଡ ଓ ବ୍ୟାପକ ବୁଥ୍ ରିଗିଂ କାରଣରୁ ଅଶାନ୍ତ ବାତାବରଣ ସୃଷ୍ଟି ହେବା ସହିତ ଗଣତନ୍ତ୍ର ଆଜି ବିପଦ ମୁହାଁ ହୋଇଛି । ସରକାରୀ କଳକୁ ଅପବ୍ୟବହାର କରି ନିର୍ବାଚନ ବୈତରଣୀ ପାର ହେବାର ପ୍ରୟାସ ଜାରି ରଖିଛି ଶାସକ ବିଜୁ ଜନତା ଦଳ । ବିଜୁ ଜନତା ଦଳ ଗୁଣ୍ଡାଗର୍ଦ୍ଦି, ସାମ୍ବାଦିକଙ୍କୁ ମାଣ୍ଡ, ଭୋଟ ବାକ୍ସ ପାଣିକୁ ଫିଙ୍ଗିବା ଭଳି ଜଘନ୍ୟକାଣ୍ଡ ଘଟାଇଥିଲେ ବି ଏହାକୁ ସରକାରୀ କର୍ମଚାରୀମାନେ ସାହାଯ୍ୟ କରୁଛନ୍ତି । ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସରକାରୀ କର୍ମଚାରୀମାନେ ଆଚରଣ ବିଧି ଉଲ୍ଲଂଘନ କରିବା ଦଣ୍ଡନୀୟ ଅପରାଧ ହୋଇଥିବା ସତ୍ୱେ ନିର୍ବାଚନ କମିଶନ କୈାଣସି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସମସ୍ତଙ୍କୁ ଆଚମ୍ବିତ କରିଛି । ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସରକାରୀ କର୍ମଚାରୀମାନେ ଶାସକ ବିଜେଡି ସପକ୍ଷରେ ଭୋଟ କରାଇବାର ଦାୟୀତ୍ୱ ନେବା ଅତ୍ୟନ୍ତ ଅଗଣତାନ୍ତ୍ରୀକ ଓ ଦଣ୍ଡନୀୟ ଅପରାଧ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଗଞ୍ଜାମର କବିସୂର୍ଯ୍ୟନଗର ବ୍ଲକ ସୁନାରିଝୋଲ ଗ୍ରାମ ପଂଚାୟତର ସରପଂଚ ପ୍ରାର୍ଥୀ ରାମ ଚନ୍ଦ୍ର ସ୍ୱାଇଁଙ୍କ
ନିର୍ବାଚନ ଚିହ୍ନ ବାଲାଟ ପେପରରେ ନଥିବାର ଭୋଟରମାନେ ଅଭିେଯୋଗ କରିଥିଲେ । ଏହା ପରେ ପ୍ରାର୍ଥୀ ନିଜେ କବିସୂର୍ଯ୍ୟନଗର ବିଡିଓଙ୍କୁଭୋଟିଂ ବନ୍ଦ ପାଇଁ ନିବେଦନ କରିବା ପରେ ବ ି ସ୍ଥାନୀୟ ବିଡିଓ କଣ୍ଣର୍ପ ।ତ କରିନଥିଲେ ବରଂ ଏସମ୍ପର୍କେ ର ରାଜ୍ୟ ନିର୍ବାଚନ କମିଶନର ନିଷ୍ପତି ନେବେ ବୋଲି କହିଥିଲେ । ମାତ୍ର ସ୍ଥାନୀୟ ଜନସାଧାରଣ ଏକତ୍ରିତ ହୋଇ ବିଡିଓଙ୍କୁ ପ୍ରତିବାଦ କରିବା ପରେ ବାଧ୍ୟ ହୋଇ ନିର୍ବାଚନ ଅଧାରୁ ବନ୍ଦ ରହିଛି । ତେଣୁ ବାଲାଟ ପେପରକୁ ସଠିକ କରାଯାଇ ସେ ସ୍ଥାନରେ ପୁନଃ ମତଦାନ କରିବା ପାଇଁ ପ୍ରାର୍ଥୀଙ୍କ ତରଫରୁ କମିଶନଙ୍କୁ ଦାବି ପତ୍ର ଦିଆଯାଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଭୋଟ ବାକ୍ସ ରହୁଥିବା ଷ୍ଟ୍ରଙ୍ଗ ରୁମ୍ ସିଲ କରିବା ବେଳେ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ବିଡିଓମାନେ ବିଜେପି ପ୍ରାର୍ଥୀ ଏଜେଂଟଙ୍କ ଉପସ୍ଥିତି ପାଇଁ ବାରଣ କରୁଛନ୍ତି । ଅନ୍ୟ ପଟେ ଭିନ୍ନ ଭିନ୍ନ ତାରିଖରେ ଭୋଟ ଗଣତି ହେଉଥିବାବେଳେ ସେହି କ୍ରମରେ ଭୋଟ ବାକ୍ସ ଗୁଡିକ ରଖାନଯିବା ଏବଂ ଭୋଟ ଗଣତି ପରେ ଭୋଟ ବାକ୍ସଗୁଡିକୁ ଅସ୍ଥାୟୀ ସିଲ୍ କରି ପୁନଶ୍ଚଃ ସେହି ରୁମ୍‌ରେ ରଖିବାର ବିଡିଓଙ୍କ ନିଷ୍ପତି କାରଣରୁ ଗଣତି ଓ ଫଳାଫଳ ଘୋଷଣାର ସ୍ୱଚ୍ଛ୍ୱତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏଥି ସହ ଷ୍ଟ୍ରଙ୍ଗ ରୁମର ପାଶ୍ୱର୍ବର୍ତୀ ରୁମରେ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ଜ୍ଞାତସାରରେ କିଛି ସାଧା ପୋଷାକଧାରୀ ଲୋକ ନିଜକୁ ପୋଲିସର ପରିଚୟ ଦେଇ ସେଠାରେ ଅବସ୍ଥାନ କରୁଛନ୍ତି । ଏଭଳି ଘଟଣା କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଦେଖିବାକୁ ମିଳିଛି । ଏହି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ପଚରା ଯିବାରୁ ବିଡିଓ ଭୁଲ ତଥ୍ୟ ଦେଇଛନ୍ତି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି । ତେଣୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ଏବଂ ପକ୍ଷପାତିତା ଆଚରଣ କରୁଥିବାରୁ ମାହାଙ୍ଗା ବିଡିଓଙ୍କୁ ତୁରନ୍ତ ନିର୍ବାଚନ ପରିଚାଳନା ଦାୟୀତ୍ୱରୁ ମୁକ୍ତ କରିବା ପାଇଁ କମିଶନଙ୍କ ନିକଟରେ ଦାବୀ କରାଯାଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହି ପ୍ରତିନିଧି ଦଳରେ ନୟାଗଡ ଜିଲ୍ଲା ସଭାପତି ଲାଲା ମନୋଜ ରାୟ, କଟକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ମାହାଙ୍ଗା ଜିଲ୍ଲା ପରିଷଦ ପ୍ରାର୍ଥିନୀ ଯାଜ୍ଞସେନୀ ଜେନା, ଲିଗାଲ ସେଲର ରବିଶଙ୍କର ପଟ୍ଟନାୟକ ଓ ମହେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ସାମିଲ ଥେô ଲ ।

Spread the love