ପିରିୟଡ୍ସ ସମୟରେ ହେଉଥିବା ଯନ୍ତ୍ରଣାକୁ କମ୍‌ କରିବ ଏହି ଚା, ଉପଷମ ପାଇବାକୁ ଥରେ ବନାଇ ପିଅନ୍ତୁ

ମାସିକ ଧର୍ମ ବା ପିରିୟଡ୍ସ ସମୟରେ ମହିଳାମାନଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ଏହି ପୀଡା ସହିବା ବହୁତ କଷ୍ଟକର ହୋଇପଡେ। ତେଣୁ ଏହି ସମୟରେ ଜୁଆଣି ଚା ମହିଳାମାନଙ୍କ ପୀଡାକୁ ବହୁତ ମାତ୍ରାରେ କମ୍‌ କରିପାରିବ। ତେବେ ଜାଣନ୍ତୁ ଏହାକୁ ବନାଇ ପିଇବାର ତରିକା।

ଆବଶ୍ୟକ ସାମଗ୍ରୀ

  • ଜୁଆଣି
  • ଗୁଡ
  • ଚା ପତି
  • ଘିଅ
  • ଆବଶ୍ୟକ ଅନୁସାରେ ପାଣି

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଏକ କପ୍‌ ପାଣିକୁ ଫୁଟାଇ ଦିଅନ୍ତୁ। ଫୁଟୁଥିବା ପାଣିରେ ୧/୨ ଛୋଟ ଚାମଚ ଜୁଆଣି ପକାନ୍ତୁ।
  2. ଯେତେବେଳେ ଜୁଆଣି ପାଣିରେ ଭଲଭାବେ ଫୁଟିଯିବ, ସେତେବେଳେ ଏଥିରେ ୧/୨ ଚାମଚ ଚା ପତି ପକାଇ ଫୁଟାନ୍ତୁ।
  3. ଏବେ ଏଥିରେ ଏକ ଚାମଚ ଗୁୁଡ ମିଶାନ୍ତୁ ଏବଂ ଚାକୁ କପରେ ଛାଣି ଦିଅନ୍ତୁ। ଏଥିରେ ୧/୨ ଚାମଚ୍‌ ଘିଅ ପକାନ୍ତୁ।
  4. ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଜୁଆଣି ଚା। ଏହାକୁ ପିରିୟଡ୍ସ ସମୟରେ ପିଇଲେ ବହୁତ ଉପଷମ ମିିଳିଥାଏ।

ଜୁଆଣିର ଫାଇଦା

ଜୁଆଣିରେ ଫାଇବର, ଆଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ ରହିଛି। ତେଣୁ ଏହା ପିରିୟଡ୍ସ ବା ମାସିକ ଧର୍ମ ସମୟରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେବାରେ ବହୁତ ପରିମାଣରେ ସାହାଯ୍ୟ କରେ।

Spread the love