ଋଷ ମିସାଇଲ ମାଡରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ବିଦେଶ ମନ୍ତ୍ରାଳୟର ସୂଚନା

ନୂଆଦିଲ୍ଲୀ ୦୧/୦୩: ୟୁକ୍ରେନ୍‌ ଏବଂ ଋଷ ମଧ୍ୟରେ ଜାରି ରହିଥିବା ଘମାଘୋଟ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ୟୁକ୍ରେନ୍‌ର ଖାରକିଭ୍‌ରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଋଷର ମିସାଇଲ ମାଡରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି ଭାରତୀୟ ବିଦେଶ ମନ୍ତ୍ରାଳୟ । ତେବେ ଛାତ୍ର ଜଣକ ଭାରତର କେଉଁ ଅଞ୍ଚଳର ତାହା ଜଣାପଡିନଥିବା ବେଳେ ଅଧିକ ସନ୍ଧାନ ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ୟୁକ୍ରେନ୍‌ର ଅନେକ ସହରରେ ଘନଘନ ମିସାଇଲ ମାଡ କରିଥିଲା ଋଷିଆ । ମୃତକ ଛାତ୍ର ଜଣକ କର୍ଣ୍ଣାଟକ ଚଲାଗେରୀ ଅଞ୍ଚଳର ନବୀନ ଶେଖରପ୍ପା ବୋଲି ଜଣାପଡିଛି । ମୃତ ଛାତ୍ରଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାକୁ ପ୍ରଚେଷ୍ଟା ଚଳାଇଛି ବିଦେଶ ମନ୍ତ୍ରାଳୟ । ଛାତ୍ରଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ପରିବାର ପ୍ରତି ସମବେଦନା ଜଣାଇଛି ବିଦେଶ ମନ୍ତ୍ରାଳୟ ।

ୟୁକ୍ରେନ୍‌ ସ୍ଥିତି ଏବେ ଭୟାନକ ରହିଛି । ତୁରନ୍ତ ସେଠାରୁ ଫେରିବାକୁ ଭାରତୀୟ ଛାତ୍ରଛାତ୍ରୀ ତଥା ନାଗରିକଙ୍କୁ ଆଡଭାଇଜରୀ ଜାରିକରାଯାଇଛି । ୟୁକ୍ରେନ୍‌ରେ ବର୍ତ୍ତମାନ ୨୦ ହଜାରୁ ଉର୍ଦ୍ଧ ଭାରତୀୟ ଫସିରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ରହିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି ।

Spread the love