ଋଷ ସରକାରୀ ମିଡିଆଙ୍କ tweetରେ ଲେବୁଲ ଲଗାଇଲେ ଟ୍ୱିଟର

ମସ୍କୋ ୧।୩:  ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ମଙ୍ଗଳବାର ଷଷ୍ଠ ଦିନରେ ପହଞ୍ଚିଛି। ଯୁଦ୍ଧ ଯେତିକି ଦିନ ବଢୁଛି ତେଣେ ଋଷିଆ ଉପରେ ଅନ୍ତର୍ଜାତୀୟ କଟକଣା ମଧ୍ୟ ସେତିକି କଡ଼ା ହେବାରେ ଲାଗିଛି। ଏଥିରେ ଏବେ ମାଇକ୍ରୋବ୍ଲଗିଙ୍ଗ ସାଇଟ୍ ଟ୍ୱିଟର ଋଷିଆ ସରକାରୀ ମିଡିଆ ଆଉଟଲେଟ୍‌ଙ୍କ ଟ୍ୱିଟରରେ ଏବେ ଲେବଲ ଲଗାଇବା ଆରମ୍ଭ କରିଛନ୍ତି। ସରକାରୀ ପ୍ରକାଶନର ପହଞ୍ଚକୁ ସୀମିତ କରିବା ଉଦ୍ଦେଶ୍ୟରେ ଏହା କରାଯାଉଥିବା ଏବେ ଜଣାପଡିଛି।

ୟୁକ୍ରେନ ଉପରେ ଆକ୍ରମଣ ଯୋଗୁ ଲୋକେ ଏବେ ଇଣ୍ଟରନେଟ୍‌ରେ ବିଶ୍ୱସନୀୟ ସୂଚନା ଖୋଜୁଛନ୍ତି। ଏଥିରେ ଋଷିଆ ସରକାରୀ ଗଣମାଧ୍ୟମଙ୍କ ଟ୍ୱିଟର ଉପରେ ନଜର ରଖିବା ଜରୁରି ହୋଇପଡିଛି। ଯାହା ଆଗକୁ ଦେଶର ଅନ୍ୟ ରାଜ୍ୟମାନଙ୍କ ଲାଗି ମଧ୍ୟ କାର୍ଯ୍ୟକାରୀ କରାଯିବ ବୋଲି ଟ୍ୱିଟରଙ୍କ ଋଷିଆ ମୁଖ୍ୟ ୟୋ.ଏଲ. ରଥ୍ କହିଛନ୍ତି। ଯେଉଁ ସବୁ ଟ୍ୱିଟ୍‌ ଆକାଉଣ୍ଟ ସରାକାରୀ ମିଡିଆ ୱେବସାଇଟ୍‌ମାନଙ୍କ ଲିଙ୍କ ସେୟାର କରୁଛନ୍ତି ସେମାନଙ୍କ ଉପରେ ମଙ୍ଗଳବାର ଲେବୁଲ ଲଗାଇଇବା ଆରମ୍ଭ ହୋଇଛି।

ଏଥିରେ ଲୋକେ ଟ୍ୱିଟ୍‌ରେ ଦେଖୁଥିବା କଣ୍ଟେଣ୍ଟ ପଛର ଉତ୍ସ କିଏ ଓ କଣ ତାଙ୍କର ଉଦ୍ଦେଶ୍ୟ ସେ ସମ୍ପର୍କରେ ଲୋକଙ୍କ ବିଚାର ସହଜ କରିବା ଲାଗି ଏହି ଉଦ୍ୟମ କରାଯାଇଥିବା ରଥ୍ କହିଛନ୍ତି।  ଏଥିରେ ଗୋଟିଏ ଦିନରେ ୪୫ ହଜାର ଟ୍ୱିଟ୍‌ ଆକାଉଣ୍ଟ ଉପରେ ଲେବୁଲ ଲାଗିଥିବା ଦେଖା ଯାଇଛି।  

Spread the love