Instagram ପ୍ରୋଫାଇଲ୍‌କୁ କରନ୍ତୁ ଆହୁରି ସୁନ୍ଦର, ଆପଣାନ୍ତୁ ଏହି ସହଜ ଉପାୟ…

ନୂଆଦିଲ୍ଳୀ ୦୬।୦୩ :  ସାଧାରଣତଃ ସୋସିଆଲ ମିଡିଆରେ ଲୋକପ୍ରିୟ ଆପ୍‌ ହେଉଛି ହ୍ବାଟ୍ସ୍ଆପ୍‌, ଇନଷ୍ଟାଗ୍ରାମ, ଫେସ୍‌ବୁକ୍‌ । ଏହି ୩ଟି ମଧ୍ୟରୁ ହ୍ବଟ୍ସଆପ୍‌ ସହ ଇନଷ୍ଟାଗ୍ରାମର ମଧ୍ୟ କ୍ରେଜ୍‌ ଚାଲିଛି । ଇନଷ୍ଟା ୟୁଜର୍ସଙ୍କ ପାଇଁ ଅପଡେଟ୍‌ ସହ ଭଲ ଭଲ୍‌ ଫିଚର୍ସ ମଧ୍ୟ ଆଣିଥାଏ । ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ସହ ବହୁତ କିଛି ରହିଥାଏ । ଏହି ଆପ୍‌ରେ କିଛି ବି ପୋଷ୍ଟ କରିବା ପୂର୍ବରୁ କନ୍‌ଟେଣ୍ଟ ଉପରେ ବିଶେଷ ଧ୍ୟାନ ଦେଇଥାଏ। ଏହି ସବୁ ଭିତରେ ନିଜ ପ୍ରୋଫାଇଲ୍ ଫଟୋ , ୟୁଜର୍ସଙ୍କ ନାଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ହେଲେ ଏଥିରେ ଅନେକ ଲୋକ ସେମାନଙ୍କର ୟୁଜର୍ସ ନାଁକୁ ସହଜରେ ପରିବର୍ତ୍ତନ କରିପାରିବେ। କିନ୍ତୁ ଏହି ସବୁ ବିଷୟରେ ନଜାଣି ଥିଲେ ମଧ୍ୟ ସେମାନେ ତାହା କରିପାରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏହାରି ବିଷୟରେ ଜଣାଇବୁ । ଯାହା ଆପଣ ସହଜରେ ୟୁଜର୍ସ ନେମ୍‌ ତଥା ନାଁକୁ ପରିବର୍ତ୍ତନ କରିପାରିବେ ।

ଆପଣାନ୍ତୁ ଏହି ଉପାୟ – ଯଦି ଆପଣ ଆପଣଙ୍କର ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଥିବା ୟୁଜର୍ସ ନାଁକୁ ପରିବର୍ତ୍ତନ କରିବାକୁ ମଧ୍ୟ ଚାହୁଁଛନ୍ତି। ତେବେ ଆପଣ ନିମ୍ନରେ ଉଲ୍ଲେଖ କରାଯାଇଥିବା ପଦକ୍ଷେପ ଗୁଡ଼ିକୁ ଫଲୋ କରନ୍ତୁ।

-ଯଦି ଆପଣ ମୋବାଇଲରେ ଧରିଛନ୍ତି। ତେବେ ପ୍ରଥମେ ଇନଷ୍ଟାଗ୍ରାମ ଆପ୍ ଖୋଲି ଲଗ୍ଇନ୍ କରନ୍ତୁ।

-ପ୍ରୋଫାଇଲ୍ ବିଭାଗକୁ ଯାଆନ୍ତୁ । ଯେଉଁଠାରେ ଆପଣଙ୍କର ଫଟୋ ଏକ ଗୋଲ୍‌ ଆକାରରେ ଥିବ )

-ବର୍ତ୍ତମାନ ଆପ୍‌ ଏଡିଟ୍‌ ବିଭାଗକୁ ଯାଆନ୍ତୁ ।

-ସେଠାରେ ଥିବା ୟୁଜର୍ ନେମ୍ ତଥା ନାଁ ଉପରେ କ୍ଲିକ୍ କରନ୍ତୁ । ଅନ୍ୟ ଏକ ୟୁଜର୍ ନେମ୍ ତଥା ନାଁ ଟାଇପ୍ କରନ୍ତୁ ।

-ଯେତେବେଳେ ନୂଆ ନେମ୍‌ ବା ନାଁ ଲେଖା ହୋଇଯିବ ଏହା ପରେ ଡାହାଣ ପାର୍ଶ୍ୱରେ ଥିବା ନୀଳ ଟିକ୍ ଉପରେ କ୍ଲିକ୍ କରିନ୍ତୁ । ଏହିପରି, ଆପଣଙ୍କର ୟୁଜର୍ସ ନେମ୍‌ ତଥା ନାଁ ପରିବର୍ତ୍ତନ ହେବ।

Spread the love