ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ

ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ‘ଅନ୍ତର୍ଜାତୀୟ ମହିଳା ଦିବସ’ ଭାବେ ସାରା ବିଶ୍ବରେ  ପାଳନ କରାଯାଏ। ସମାଜରେ ମହିଳାଙ୍କୁ ସମାନ ଅଧିକାର, ନ୍ୟାୟ ପ୍ରଦାନ ଓ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହା ପାଳିତ ହୁଏ। ମହିଳାଙ୍କୁ ସଶକ୍ତ କରିବା ଲାଗି ଏହି ଦିନକୁ ସମର୍ପିତ କରାଯାଇଛି। ଏହା ବାଦ୍ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଯୋଗଦାନ ବଢ଼ାଇବା ତଥା ମହିଳାଙ୍କୁ ସେମାନଙ୍କ ଅଧିକାର ପ୍ରତି ସଚେତନ କରାଇବା ହେଉଛି ଏହି ଦିବସର ଅନ୍ୟତମ ଲକ୍ଷ୍ୟ । କେବଳ ସେତିକି ନୁହେଁ, ସମାଜରେ ସେମାନଙ୍କୁ ଉଚିତ୍ ସମ୍ମାନ ଦେବା ସହ ସେମାନଙ୍କ ଉପଲବ୍ଧିକୁ ଲୋକଲୋଚନକୁ ଆଣିବାରେ ପ୍ରୟାସ କରାଯାଏ।୧୯୦୯ ମସିହା ମାର୍ଚ୍ଚ ୮ ତାରିଖରେ ଆମେରିକାରେ ପ୍ରଥମଥର ପାଇଁ ମହିଳାଙ୍କୁ ଅଧିକାର ପ୍ରଦାନ ଲାଗି ସ୍ବର ଉତ୍ତୋଳନ କରାଯାଇଥିଲା। ପାଖାପାଖି ୧୫ ହଜାର ମହିଳା ନିଜ ଅଧିକାର ଲାଗି ରାଜରାସ୍ତାକୁ ଓହ୍ଲାଇ ଥିଲେ । ୧୯୧୦ରେ କ୍ଲୋରା ଜେଟ୍‌କିନ୍‌ ନାମକ ଜଣେ ମହିଳା ନାରୀ ଅଧିକାର ପାଇଁ ମହିଳା ଦିବସ ପାଳନର ପରିକଳ୍ପନା କଲେ। ତେବେ ୧୯୭୫ରେ ଜାତିସଂଘ ଏହାକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କଲା । ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଏକ ଥିମ୍‌କୁ ନେଇ ଏହି ଦିବସ ପାଳନ କରାଯାଏ। ତେବେ ୧୯୯୬ରେ ପ୍ରଥମଥର ପାଇଁ ଥିମ୍ ଉପରେ ଏହି ଦିନକୁ ପାଳନ କରାଯାଇଥିଲା। ଚଳିତବର୍ଷର ଥିମ୍ ଅଛି ‘ଜେଣ୍ଡର ଇକ୍ଵାଲିଟି ଟୁଡେ ଫର୍ ଏ ସଷ୍ଟେନେବୁଲ୍ ଟୁମୋରୋ’।

Spread the love