ଫଳ ରସରେ ଚମକିବ ତ୍ୱଚା

ମୁହଁକୁ ସଫା ଓ କୋମଳ କରିବା ସହ ନିଜ ଖାଦ୍ୟପେୟରେ ଏପରି କିଛି ଜିନିଷ ସାମିଲ କରିବା ଆବଶ୍ୟକ, ଯାହା ତ୍ୱଚା ପାଇଁ ଜରୁରୀ। ମୁହଁର ସୌନ୍ଦର୍ଯ୍ୟ ପାଇଁ ଅନେକ ଖାଦ୍ୟର ସେବନ କରାଯାଇଥାଏ। ଏହାମଧ୍ୟରେ ଗୋଟିଏ ହେଉଛି ଫଳ। ଫଳର ରସ ମୁହଁର ସୁନ୍ଦରତାକୁ ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ଜାଣନ୍ତୁ ସେଭଳି ଫଳ ରସ ବିଷୟରେ….

ସେଓରସ- ସେଓରସ ସ୍ୱାସ୍ଥ୍ୟ ପାଇଁ ଯେପରି ଉପକାରୀ , ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଏହାର ସେବନ କଲେ ମୁହଁର ଚମକ ବୃଦ୍ଧି ପାଇଥାଏ କୋମଳ ମଧ୍ୟ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ ଫଳରେ ତ୍ୱଚାର କୁଞ୍ଚନ ସମସ୍ୟା ଦୂର ହୋଇଥାଏ।

ଲେମ୍ବୁ ରସ – ଲେମ୍ବୁରେ ଭରପୁର ମାତ୍ରାରେ ଭିଟାମିନ ସି ରହିଥାଏ। ଏହା ମୁହଁକୁ ସଫା କରିବା ପାଇଁ ସର୍ବୋତ୍ତମ ଉପାୟ ବୋଲି କୁହାଯାଏ।
କମଳାରସ – ସୁନେଲି ଓ ସଫା ତ୍ୱଚା ପାଇଁ କମଳା ଜୁସ୍‍ ଖୁବ ଉପକାରୀ।

ଅମୃତଭଣ୍ଡା ରସ – ଅମୃତଭଣ୍ଡା ରସ ପିଇବା ଦ୍ୱାରା ମୁହଁ ଦାଗ ଦୂର ହେବା ସହ ମୁହଁର ଚମକ ବୃଦ୍ଧି ପାଇଥାଏ।

ବିଟ୍‍ ରସ – ବିଟ୍‍ ରସ ପିଇବା ଦ୍ୱାରା ତ୍ୱଚାର ଚମକ ବୃଦ୍ଧି ପାଇଥାଏ। ଏଥିରେ ଭିଟାମିନ୍‍ ଏ, ସି ଓ କେ ରହିଛି। ଯାହା ତ୍ୱଚାରୁ ଅପରିଷ୍କାର ଜିନିଷ ଦୂର କରିବାରେ ସହାୟକ ହୋଇଥାଏ।

ଟମାଟୋ ରସ – ଟମାଟୋ ରସ କିମ୍ବା ଟମାଟୋ ଜୁସ ମଧ୍ୟ ତ୍ୱଚା ପାଇଁ ଉପକାରୀ। ଏହା ମୁହଁର ମୃତ କୋଷିକାକୁ ଦୂର କରିଥାଏ।

ହଳଦୀ ଜୁସ – ନିୟମିତ ହଳଦୀ ଜୁସ ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଏହା ମୁହଁର ଚମକ ବଜାୟ ରଖିଥାଏ।

Spread the love