SBI ରେ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ : ATMରୁ ଟଙ୍କା ଉଠାଇବାକୁ ନେଇ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଗ୍ରାହକଙ୍କ ପାଇଁ ନୂଆ ନିୟମ ଆସିଛି। ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ ଧାରୀ ଏଥର ଏଟିଏମ୍‌ରୁ ଟଙ୍କା ଉଠାଇବା ସମୟରେ ଏକ ଓଟିପି ପାଇବେ। ଓଟିପି ଦେବା ପରେ ଏଟିଏମ୍‌ରୁ ଟଙ୍କା ମିଳିବ। ଏଟିଏମ୍‌ ଠକେଇକୁ ଅଟକାଇବା ପାଇଁ ଏହି ନିୟମ ହୋଇଛି।

୧୦ ହଜାରରୁ ଅଧିକ ଟଙ୍କା ଉଠାଇଲେ ଏହି ନିୟମ ଲାଗୁ ହେବ।

ଟ୍ବିଟ୍‌ କରି ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ସମୟରେ ଫୋନ୍‌ ନମ୍ବରକୁ ଏକ ଓଟିପି ଆସିବ। ଏହି ଓଟିପି ଏଟିଏମ୍‌ ମେସିନ୍‌ରେ ଟାଇପ୍‌ କରିବା ପରେ ଟଙ୍କା ଉଠିବ। ୪ ଡିଜିଟ୍‌ର ଏହି ଓଟିପି ଗୋଟେ ଥର ଟ୍ରାନ୍‌ଜାକ୍ସନ୍‌ ପାଇଁ ବ୍ୟବହାର ହେବ।

ଗ୍ରାହକଙ୍କୁ ଠକାମିରୁ ରକ୍ଷା କରିବା ପାଇଁ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି । ଏସବିଆଇର ୨୨,୨୨୪ ଟି ଶାଖା ଏବଂ ୬୩,୯୦୬ ଏଟିଏମ୍ ସହିତ ଭାରତରେ ୭୧,୭୦୫ ଟି ଆଉଟଲେଟ୍ ଅଛି । ବ୍ୟାଙ୍କର ପ୍ରାୟ ୯୧ ମିଲିୟନ୍ ଗ୍ରାହକ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରନ୍ତି।

Spread the love