ମୃତ ବିଏସଏଫ ଯବାନ ରବୀନ୍ଦ୍ରନାଥ ସାହୁଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ଭଞ୍ଜନଗର ୦୯/୦୩ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାରାସିଂଙ୍ଗ ଥାନା ଅନ୍ତର୍ଗତ ଗାଲେରୀ ଗ୍ରାମରେ ଆଜି ମୃତ ସୀମା ସୁରକ୍ଷା ବଳ(ବିଏସଏଫ) ଯବାନ ରବୀନ୍ଦ୍ର ନାଥ ସାହୁଙ୍କ ମୃତ ଶରୀରକୁ ଗାର୍ଡ ଅଫ ଅନର ଦିଆଯାଇଛି। ରବୀନ୍ଦ୍ରଙ୍କ ଶବ ଗାଲେରୀ ଗ୍ରାମରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ମୃତ ଦେହକୁ ଗ୍ରାମରେ ପରିକ୍ରମା କରାଯାଇଥିଲା, ଭାରତ ମାତାକି ଜୟ ଆଉ ଆମର ରହେ ଧ୍ୱନୀରେ ସାରା ଅଞ୍ଚଳ ପ୍ରକମ୍ପିତ ହେଉଥିଲା, ରବୀନ୍ଦ୍ର ନାଥ ସାହୁ ୧୯୯୪ ମସିହାରେ ବିଏସଫରେ ଯୋଗଦେଇ ଥିଲେ । ବର୍ତ୍ତମାନ ତ୍ରିପୁରା ରେ କାଯ୍ୟ ରତ ଥିଲେ ।

ଗତ ଫେବୃଆରୀ ପ୍ରଥମ ସପ୍ତାହରେ ସେ ନିର୍ବାଚନ କାର୍ଯ୍ୟରେ ମଣିପୁର ଯାଇଥିଲେ ସେଠାରେ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ଗତ ୬ ତାରିଖ ଦୀନ ପରିବାରକୁ ତାଙ୍କ ମୃତ୍ୟୁ ଖବର ଜଣାଇ ଦିଆଯାଇଥିଲା, ପରିବାର ଲୋକ ମୃତ ଦେହ ଆସିବା ପରେ କାରଣ ଜାଣିପାରିବେ ବୋଲି ଭାବିଥିଲେ, କିନ୍ତୁ ମୃତଦେହ ଆସି ପହଞ୍ଚିବା ପରେ ମଧ୍ୟ ମୃତ୍ୟୁର କାରଣ ଜଣା ନପାଡିବାରୁ ପରିବାର ଲୋକ ଆଇନ ର ଆଶ୍ରୟ ନେବେ ବୋଲି କହିଛନ୍ତି l ଅନ୍ୟ ପଟେ ମୃତ ଦେହକୁ ନେଇ ଆସିଥିବା ବିଏସଏଫ ଅଧିକାରୀ ମଙ୍ଗତ ମିଶ୍ର ମଧ୍ୟ ମୃତ୍ୟୁ ବିଷୟରେ କିଛି ଜାଣିନଥିବା କହିଛନ୍ତି l ସେ କେବଳ ଆଦେଶ ପାଳନ କରିଥିବା କହିଛନ୍ତି l ଗାର୍ଡ ଅଫ ଅନର ଦେବା ସମୟରେ ଭଞ୍ଜନଗର ଏସଡିପିଓ ଏବଂ ପୋଲିସ ବାହିନୀ ସାଙ୍ଗକୁ ସ୍ଥାନୀୟ ଅଞ୍ଚଳର ଯୁବକ ଏବଂ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

Spread the love