ରବିବାରରେ କରିପାରିବେ ଶ୍ରୀଜୀୟୁଙ୍କ ଦର୍ଶନ

ପୁରୀ: ରବିବାର ଦିନ ପୁରୀରେ ଅଧିକ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗିଥାଏ, କିନ୍ତୁ କଟକଣା ଥିବାରୁ ଶ୍ରଦ୍ଧାଳୁମାନେ ଜଗା ଦର୍ଶନରୁ ବଞ୍ଚିତ ହେଉଥିଲେ।    ଜଗନ୍ନାଥ ପ୍ରେମୀଙ୍କ ପାଇଁ ଭଲ ଖବର ଆସିଛି। ଶ୍ରଦ୍ଧାଳୁମାନେ ଆଗାମୀ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରବିବାର ଦିନ ମଧ୍ୟ ଦର୍ଶନ କରିପାରିବେ। ଆଜି  ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ହୋଲି ପରଠୁ ରବିବାରରେ ମିଳିପାରିବ ଦର୍ଶନ। ମଙ୍ଗଳ ଆଳତୀରୁ ପହୁଡ଼ ପର୍ଯ୍ୟନ୍ତ ଭକ୍ତଙ୍କୁ ମିଳିବ ଦର୍ଶନ। ବଡ଼ସିଂହାର ବେଶ ଦର୍ଶନ କରି ପାରିବେ ଭକ୍ତ।ସୂଚନାଯୋଗ୍ୟ କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରରେ ରବିବାର ଦିନ ଜଗା ଦର୍ଶନ ବନ୍ଦ ଥିଲା। ଏବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଛତିଶା ନିଯୋଗ ବୈଠକରେ ରବିବାର ଦିନ ମଧ୍ୟ ଜଗାଦର୍ଶନକୁ ଅନୁମତି ମିଳିିିଛି।

Spread the love