କାଶ୍ମୀର ପ୍ରସଂଙ୍ଗରେ ପାକିସ୍ତାନକୁ ଜାତିସଂଘର ଝଟକା

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଜାତିସଂଘ ତମାଚା ମାରିଛି। କୁହାଯାଇଛି ଯେ ଦୁଇଦେଶ ମଧ୍ୟରେ ଥିବା ବିବାଦ ନିଜେ ସମ୍ଭାଳ।   ଜମ୍ମୁ-କାଶ୍ମୀରରେ ଧାରା 370 ଉଚ୍ଛେଦ ପରେ ଏବେ ଏହା କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା  ହୋଇଛି । ହେଲେ  କାଶ୍ମୀରବାସୀଙ୍କୁ ଯେତିକି ଚିନ୍ତାରେ ପକାଇନାହିଁ  ତା ଠାରୁ ଅଧିକ ଚିନ୍ତାରେ ପାକିସ୍ତାନ । କାରଣ ପାକିସ୍ତାନର ମିଛସ୍ୱପ୍ନ ଧୂଳିସାତ ହୋଇଯାଇଛି । ଏହି ଅବସରରେ ପାକିସ୍ତାନ ଭାରତ ସହ ବାଣିଜ୍ୟ ଓ କୂଟନୈତିକ ସମ୍ପର୍କ ଛିନ୍ନ କରିଛି । ସେହିପରି କାଶ୍ମୀର ପ୍ରସଙ୍ଗରେ ଆମେରିକାର ଶରଣ ପଶୁଥିବା  ପାକିସ୍ତାନ ପାଇଁ ସେ ରାସ୍ତା ମଧ୍ୟ ବନ୍ଦ ହୋଇଯାଇଛି । କାରଣ ଆମେରିକା ଗୁରୁବାର ତା ଚରମବାଣୀ ଶୁଣାଇ କହିଛି ଯେ ଆମେରିକା ଏହି ମାମଲାରେ ନୀତି ବଦଳାଇବ ନାହିଁ । କାଶ୍ମୀର ପ୍ରସଙ୍ଗରେ ତୃତୀୟପକ୍ଷ ହସ୍ତକ୍ଷେପ ନ ହୋଇ ଭାରତ ଓ ପାକିସ୍ତାନ ସମସ୍ୟାର ସମାଧାନ କରନ୍ତୁ।

କିନ୍ତୁ ଏବେକାର ପରିସ୍ଥିତିକୁ ନେଇ ଦୁଇଦେଶ ବହୁତ ଭାବିଚିନ୍ତି କାମ କରନ୍ତୁ। ସଂଯୁକ୍ତରାଷ୍ଟ୍ର ମହାସଚିବ ଏଣ୍ଟିନିଓଗୁଟେରେସ ଏହା ଗୁରୁବାର କହିଛନ୍ତି । ବିଦେଶ ବିଭାଗର ପ୍ରବକ୍ତା ମର୍ଗନ ଆର୍ଟଗୋସ କହିଛନ୍ତି ଭାରତ ଏବଂ ପାକିସ୍ତାନ ସହ ଆମର ଭଲ ସମ୍ପର୍କ ରହିଛି ।  ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍  ନିକଟରେ ଏଠାକୁ ଆସିଥିଲେ । ତାଙ୍କ ସହ ଆମର ଉତ୍ତମ ବୁଝାମଣା ହୋଇଥିଲା । ତାଙ୍କ ସହ କାଶ୍ମୀରକୁ ନେଇ ବହୁତ ମହତ୍ତପୂର୍ଣ୍ଣ କଥା ହୋଇଥିଲା । ଆମ ପାଖରେ ଭାରତ ଓ ପାକିସ୍ତାନକୁ ନେଇ  ଅନେକ ମୁଦ୍ଦା ରହିଛି ଯେଉଁଥିରେ ଆମେ କାମକରୁଛୁ ।

Spread the love