News ରାଜ୍ୟ ବିସ୍ଫୋରଣରେ ଜଣେ ଯବାନ ସହିଦ୍ March 14, 2022March 14, 2022 Satya Chhattisgarh, state ଛତିଶଗଡ : ଛତିଶଗଡ ନାରାୟଣପୁରର ସୋନପୁର ଅଞ୍ଚଳର ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜଣେ ଆଇଟିବିପି ଏଏସଆଇ ସହିଦ୍ ହୋଇଛନ୍ତି। ଏହାସହ ଆଉ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ହୋଇଛି। ତାଙ୍କୁ ଏୟାରଲିଫ୍ଟ ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି। ନାରାୟଣପୁର ଏସପି ସଦାନନ୍ଦ କୁମାର କହିଛନ୍ତି ଯେ ସୋମବାର ଆଇଟିବିପି ଯବାନଙ୍କ ଟିମ୍ ପାଟ୍ରୋଲିଂ ପାଇଁ ଯାଉଥିଲେ। ନକ୍ସଲମାନେ ସୋନପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଯବାନଙ୍କ ଯିବା ରାସ୍ତାରେ ଆଇଇଡି ଖଞ୍ଜି ଥିଲେ। ଫଳରେ ଯବାନମାନେ ଯାଉଥିବା ସମୟରେ ବିସ୍ଫୋରଣରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଛି। Post Views: 141 Spread the love