୧୨ରୁ ୧୪ ବର୍ଷ ବୟସର ପିଲାଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ:ପ୍ରଥମେ କରୋନା ଟିକା ବୟସ୍କ ବ୍ୟକ୍ତି ଓ କିଶୋର କିଶୋରୀ ମାନଙ୍କୁ ଦିଆଯାଉଥିଲା।ପୁଣି ଏବେ କରୋନାକୁ ହରାଇବା ପାଇଁ ଟିକାକରଣ ଉପରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏବେ ୧୨ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ  ଟିକା ଦିଆଯିବ। ମାର୍ଚ୍ଚ ୧୬ ଅର୍ଥାତ ବୁଧବାର ଠାରୁ ପିଲାମାନଙ୍କୁ କରୋନା ଟିକା ଦିଆଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି।

Spread the love