୨୭୫ କୋଟିରେ ନିର୍ମାଣ ହେବ ବିଧାୟକଙ୍କ ପାଇଁ ଭୂତଳ ପ୍ରାସାଦ, ଅଢେଇ ବର୍ଷରେ ସରିବ ପୁରା କାମ

ଭୁବନେଶ୍ୱର ୧୪।୦୩ : ଆସନ୍ତା ଅଢେଇ ବର୍ଷ ମଧ୍ୟରେ ଶେଷ ହେବ ବିଧାୟକଙ୍କ ପାଇଁ ନିର୍ମିତ ଭୂତଳ ପ୍ରାସାଦ। ଏଥିପାଇଁ ୨୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ତେବେ ବିଧାୟକଙ୍କ ପାଇଁ ଭୂତଳ ପ୍ରାସାଦ ନିର୍ମିତ ଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ଓବିସିସି ଚିଫ ଇଞ୍ଜିନିୟରଙ୍କୁ ୫୦ କୋଟି ପ୍ରଦାନ କରାଯାଉଛି । ଅବଶିଷ୍ଠ ୨୨୫ କୋଟି ଟଙ୍କା ଅର୍ଥ ବିଭାଗ ଦେବ। ଏଥିପାଇଁ ବଜେଟରେ ବ୍ୟବସ୍ଥା କରାଯିବ। ବିଧାୟକ କ୍ୱାଟର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ବାଚସ୍ପତି । ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

ଏହି ଅବସରରେ ବାଚସ୍ପତି କହିଛନ୍ତି ଯେ, ବିଧାୟକ କଲୋନୀରେ ଏବେବି ୭ ଜଣ ବିଧାୟକ କ୍ୱାଟର ଛାଡିବେ। ସେମାନଙ୍କ ସହ ଫୋନ ଯୋଗେ ଆଲୋଚନା କରାଯାଇଛି । ଚଳିତ ମାସ ୧୮ରୁ ୨୫ ମଧ୍ୟରେ ସମସ୍ତେ ଘର ଛାଡିବେ । ଏହା ପରେ ପୁରୁଣା ଘର ଭଙ୍ଗାଯିବ। କ୍ୱାଟର ନିର୍ମାଣ ପାଇଁ ଟେଣ୍ଡର ସରିଛି । ବଡ଼ ବଡ଼ କମ୍ପାନୀ ଅଂଶଗ୍ରହଣ କରିଛନ୍ତି ।

ତେବେ ଆଗାମୀ ୧୫ ଦିନ ମଧ୍ୟରେ ଫାଇନାଲ କରି କାର୍ଯ୍ୟାଦେଶ ଦିଆଯିବ। ମୋଟ ୩୦୦ କ୍ୱାଟର ନିର୍ମାଣ କରାଯିବ । କିଛି କ୍ୱାଟର ୧୧ ମହଲା ହେବାକୁ ଥିବା ବେଳେ କିଛି ୧୦ ମହଲା ହେବ। ତେବେ ୧୩୦ ଟି କ୍ୱାଟର ବିଧାୟକଙ୍କ ପାଇଁ  ରହିବ । ଏଥିରେ ୧୦୫ ଟି Type –VII ଓ 25 ଗୋଟି – Type –V କ୍ୱାଟର ରହିବ। ଆଇଏଏସ ଅଧିକାରୀଙ୍କ ପାଇଁ ବି କିଛି କ୍ୱାଟର ରହିବ। ଏହି ବିଲ୍ଡିଂରେ ମାର୍କେର କମ୍ପ୍ଲେକ,ମେଡ଼ିକାଲ ବ୍ୟବସ୍ଥା,୨ ହଜାର ଲୋକ ଭୋଜି ଖାଇବା ପରି ବ୍ୟବସ୍ଥା ସହ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ।

Spread the love