ଯୋଗୀଙ୍କ ମନ୍ତ୍ରିମଣ୍ଡଳ: ଅପର୍ଣ୍ଣା, ଆଦିତିଙ୍କ ସହ ଏହି ବିଧାୟକଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ, ୧୪|୦୩: ଉତ୍ତର ପ୍ରଦେଶରେ ପ୍ରଚଣ୍ଡ ବିଜୟ ପରେ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ଗସ୍ତରେ ଅଛନ୍ତି। ସୋମବାର ସଂଧ୍ୟାରେ ସେ ଲକ୍ଷ୍ନୌ ଫେରିବେ। ଦିଲ୍ଲୀ ଗସ୍ତରେ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ, ପାର୍ଟିର ରାଷ୍ଟ୍ରୀୟ ସଚିବ ଜେପି ନଡ୍ଡା ଏବଂ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟିଛନ୍ତି। ତେବେ ବୈଠକ ଗୁଡିକରେ ଉତ୍ତର ପ୍ରଦେଶ ସରକାର ନବନିର୍ବାଚିତ ମନ୍ତ୍ରିମଣ୍ଡଳର ସୂଚୀ ଚୂଡାନ୍ତ ହୋଇଥିବା ଜଣାପଡିଛି।

ବିଜେପି ସୂତ୍ର ଅନୁସାରେ ଯୋଗୀ ଆଦିତ୍ୟନାଥଙ୍କ ଦିଲ୍ଲୀ ଗସ୍ତରେ ଉତ୍ତର ପ୍ରଦେଶର ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ପ୍ରସ୍ତୁତ ହୋଇସାରିଛି। ସୂତ୍ର ଅନୁସାରେ ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ ସହ ଯେଉଁ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ ସେମାନଙ୍କ ମଧ୍ୟରେ ଅନେକ ଆଶ୍ଚର୍ଯ୍ୟ କରିବା ପରି ଚେହାରା ସାମିଲ ହୋଇପାରନ୍ତି । ଯୋଗୀ ଆଦିତ୍ୟନାଥଙ୍କ ପୂର୍ବ ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟଙ୍କୁ ଚଳିତଥର ବାଦ ଦିଆଯାଇପାରେ । ସୂତ୍ର ଅନୁସାରେ ଯୋଗୀ ସରକାରରେ ପୂର୍ବତନ ମନ୍ତ୍ରୀ ଯେଉଁମାନେ ଚଳିତ ଥର ବିଜୟୀ ହୋଇଛନ୍ତି ସେମାନଙ୍କୁ ବର୍ତ୍ତମାନ ସମୟରେ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇପାରେ।

ଯୋଗୀଙ୍କ ମନ୍ତ୍ରିମଣ୍ଡଳରେ ପୂର୍ବଞ୍ଚଳ, ବୁନ୍ଦେଲଖଣ୍ଡ, ଅବଧ, ପଶ୍ଚିମ ଏବଂ ଚରାଇକୁ ନିର୍ବାଚିତ ବିଧାୟକଙ୍କୁ ସ୍ଥାନ ମିଳିପାରେ। ଉତ୍ତର ପ୍ରଦେଶ ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ ସୁରେଶ ଖନ୍ନା, ବେବୀ ରାଣୀ ମୌର୍ଯ୍ୟ, ଶ୍ରୀକାନ୍ତ ଶର୍ମା, ବୃଜେଶ ପାଠକ, ସତୀଶ ମହାନା, ସିର୍ଦ୍ଧାର୍ଥ ନାଥ ସିଂ, ସୂର୍ଯ୍ୟ ପ୍ରତାପ ସାହୀ, ଆଶୁତୋଷ ଟଣ୍ଡନ, ଅନୁରାଗ ସିଂ, ଅସୀମ ଅରୁଣ, ରାଜେଶ୍ୱର ସିଂ, ଆଶୀଷ ପଟେଲ, ନନ୍ଦକୁମାର ନ୍ଦୀ ଏବଂ ନିତିନ ଅଗ୍ରୱାଲଙ୍କ ସାମିଲ ରହିଛି। ଏହାଛଡା ଆପନା ଦଳ ଏବଂ ନିଷାଦ ପାର୍ଟରୁ ବିଜୟୀ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ତେବେ ଉତ୍ତର ପ୍ରଦେଶର ମହିଳମାନେ ବିଜେପିକୁ ବିପୁଳ ଭୋଟ ଦେଇଛନ୍ତି। ଏହାକୁ ନଜରରେ ରଖି ରାୟବରେଲିରୁ ବିଧାୟକ ଆଦିତି ସିଂ ଏବଂ ବିଜେପି ସାମିଲ ହୋଇଥିବା ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣ ଯାଦବଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ।  

Spread the love