ବିଧାୟକ ଓ ପ୍ରିନ୍ସିପାଲଙ୍କୁ ତାଲା ପକାଇଲେ ଛାତ୍ର

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅନ୍ତର୍ଗତ ଦୀନକୃଷ୍ଣ ମହାବିଦ୍ୟାଳୟରେ ଛାତ୍ରଙ୍କ ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି । ପରିଚାଳନା ବୈଠକ ଚାଲିଥିବାବେଳେ ଛାତ୍ରମାନେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ କଲେଜ ଅଧ୍ୟକ୍ଷଙ୍କୁ ତାଲା ପକାଇ ଦେଇଛନ୍ତି । ବୁଝାସୁଝା ପରେ ବିଧାୟକଙ୍କ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି । ଆଜି ଦୀନକୃଷ୍ଣ ମହାବିଦ୍ୟାଳୟରେ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଳେଶ୍ୱର ବିଜେଡ଼ି ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇଥିଲେ । ଯାହାକୁ ଛାତ୍ରମାନେ ବିରୋଧ କରିଥିଲେ । ପରିଚାଳନାରେ କମିଟି ବିଧାୟକଙ୍କ ପ୍ରତିନିଧିତ୍ୱ ନ ଥିବାରୁ ସେମାନେ ହୋହାଲ୍ଲା କରିଥିଲେ । ଏହା ସହିତ ସେଠାରେ ଉପସ୍ଥିତ ବିଧାୟକ ଓ କଲେଜ ପ୍ରିନ୍ସିପାଲଙ୍କୁ ତାଲା ପକାଇ ଦେଇଥିଲେ । ଏହା ସହିତ ନାରାବାଜି କରିଥିଲେ । ବହୁତ ବୁଝାସୁଝା ପରେ ଛାତ୍ରମାନେ ବିଧାୟକଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି । 

Spread the love