ଅଧିକାରୀଙ୍କ ଦସ୍ତଖତର ଫଟୋ ଭାଇରାଲ, ଲୋକେ କହିଲେ- ପୁଣି କରିବା ଅସମ୍ଭବ

ନୂଆଦିଲ୍ଳୀ ୨୨।୦୩ :  ସୋସିଆଲ ମିଡିଆରେ କେତେବେଳେ କଣ ଭାଇରାଲ ହେବ କିଛି କହି ହେବନି । ବେଳେବେଳେ କିଛି ଭାଇରାଲ ମନକୁ ଛୁଇଁଥାଏ ତ, କିଛିକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୋଇଥାନ୍ତି। ଆଉ କିଛି ଉପରେ ବିଶ୍ୱାସ କରିବା ବି ସମ୍ଭବ ନୁହେଁ। ଏହିପରି ଏକ ଫଟୋ ଏବେ ଭାଇରାଲ, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଫଟୋରେ ଏକ ଦସ୍ତଖତକୁ ଦେଖି ଲୋକେ ଆଶ୍ଚର୍ଯ୍ୟ।

ଗୌହାଟୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ଅଧିକାରୀଙ୍କ ଏହି ଦସ୍ତଖତର ଫଟୋ ଏବେ ଭାଇରାଲ। ଦସ୍ତଖତ ଜଣେ ବ୍ୟକ୍ତିର ପ୍ରତୀକାତ୍ମକ ସଂକେତ ହୋଇଥାଏ। କିନ୍ତୁ ଗୌହାଟୀର ଏହି ଅଧିକାରୀଙ୍କ ସିଗନେଚର (signature) ଏବେ ଭାଇରାଲ । ଅର୍ଟୋପେଡିକ୍ସ ବିଭାଗର ରେଜିଷ୍ଟାର ସିଲ୍ ଉପରେ ଦସ୍ତଖତ ହୋଇଛି । ଯେଉଁଥିବା ମାର୍ଚ୍ଚ ୪ର ତାରିଖ ଲେଖାଯାଇଛି।

ଏହି ଫଟୋ ଦେଖିବା ପରେ ଆପଣ ବି କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯିବେ। ଆଇପିଏସ ଅଫିସର ରୁପିନ ଶର୍ମା ମଧ୍ୟ ଏହି ଫଟୋକୁ ସେୟାର କରିଛନ୍ତି।

Spread the love