ସୁଗର ଫ୍ରି ଟେବଲେଟରେ କ୍ୟାନସର ହେବାର ସମ୍ଭାବନା
ନୂଆଦିଲ୍ଲୀ : ସୁଗର ଫ୍ରି ଟେବଲେଟ ଆମ ଶରୀର ପାଇଁ ଯେତିକି ଲାଭଦାୟକ ସେତିକି କ୍ଷତିକାରକ ମଧ୍ୟ ହୋଇଥାଏ। ଏହା ଶରୀରରେ ସୁଗାର କୁ ନିୟନ୍ତ୍ରଣ କରେ ସତ କିନ୍ତୁ ଆମ ଶରୀରରେ କର୍କଟ ରୋଗ ହେବାର ସମ୍ଭାବନାକୁ ବଢ଼ାଇଦେଇ ପାରେ ବୋଲି ଏକ ବଡ଼ ଗବେଷଣାରୁ ଜଣାପଡିଛି। ଚିନି ବଦଳରେ ସାଧାରଣତଃ ଆମେ ଏହାକୁ ବ୍ୟବହାର କରୁ ଯାହାକି ଆମ ଶରୀରରେ ବିପଦକୁ ୧୩ ପ୍ରତିଶତ ବଢ଼ାଇ ଦେଇପାରେ ।
ଫ୍ରେଞ୍ଚ ଇଣ୍ଟରନେସନାଲ ଇନିଷ୍ଟିଟିଉଟ ଅଫ ମେଡ଼ିକାଲ ରିସର୍ଚ୍ଚ ଓ ସରବନ ପାରିସ ନର୍ଡ ୟୁନିଭରସିଟିର ବିଶେଷଜ୍ଞ ମାନେ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ଏହା ଦ୍ୱାରା ଶରୀରରେ ସ୍ତନ କର୍କଟ ଓ ମୋଟାପଣ ଜନିତ କର୍କଟ ରୋଗ ହେବାର ସମ୍ଭାବନା ବଢ଼ିଯାଇଥାଏ।
ଏହି ଅଧ୍ୟୟନରେ ଏକ ଲକ୍ଷ ଦୁଇହଜାର ୮୬୫ ଜଣ ଫ୍ରାନ୍ସର ବୟସ୍କ ବ୍ୟକ୍ତି ସାମିଲ କରାଯାଇଥିଲା ଯାହାକି ପିଏଲଓଏସ(PLOS) ମେଡିସିନ ପତ୍ରିକାରେ ପ୍ରକାଶ ପାଇଥିଲା ।
ଏହି ଅଧ୍ୟୟନରେ ଲୋକମାନେ ତାଙ୍କର ଚିକିତ୍ସା ବିବରଣୀ, ଜୀବନ ଶୈଳୀର ଅଭ୍ୟାସ ଓ ଅନ୍ୟ ବିବରଣୀ ସମ୍ବନ୍ଧରେ ଜଣାଇଥିଲେ। ଗବେଷକମାନେ ସେମାନଙ୍କ ଖାଦ୍ୟାଭ୍ୟାସରେ ସୁଗର ଫ୍ରି ଟେବଲେଟ କୃତ୍ରିମ ଚିନିଜାତୀୟ ଉପାଦାନ ଖାଉଥିବା ଜଣିବାକୁ ପାଇଥିଲେ ଓ ସେମାନଙ୍କ ଶରୀରରେ କ୍ୟାନ୍ସର ରୋଗର ପରୀକ୍ଷା କରିଥିଲେ ।
ଗବଷଣାରୁ ଜଣା ପଡ଼ିଥିଲାଯେ ଲୋକମାନେ ଦିନକୁ ୭୯ ମିଲିଗ୍ରାମରୁ ଅଧିକ କୃତ୍ରିମ ଚିନି ଜାତୀୟ ଉପାଦାନ ଖାଉଛନ୍ତି । ଯାହାକି ତାଙ୍କ ଶରୀରରେ ଅନ୍ୟ ଲୋକଙ୍କ ତୁଳନାରେ ଅଧିକ ୧୩ ପ୍ରତିଶତ କ୍ୟାନସର ହେବାର ସମ୍ଭାବନାକୁ ବଢ଼ାଇ ଦେଉଛି ।
ବୈଜ୍ଞାନିକମାନେ କହିଛନ୍ତି “ଚିନି ବଦଳରେ ସୁଗର ଫ୍ରି ଟେବଲେଟ ବ୍ୟବହାର କରିବକୁ ଆମେ ସମର୍ଥନ କରୁନାହୁଁ ଏହାଦ୍ୱାରା ହେଉଥିବା ଗୁରୁତର ସ୍ୱାସ୍ଥ୍ୟ ପ୍ରଭାବ ଓ ରୋଗ ବିଷୟରେ ନୂଆ ଓ ମହତ୍ତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁଛୁ ।