ମୟୁର ପଙ୍ଖ ଘରର କେଉଁଠି ରଖିଲେ ଧନ ବଢିଥାଏ…

ଆଜିକାଲିର ଏହି ବ୍ୟସ୍ତ ବହୁଳ ମହଙ୍ଗା ଦୁନିଆରେ ଧନ ପ୍ରତ୍ୟେକ ଲୋକଙ୍କ ପାଇଁ ସବୁକିଛି। ଦୁନିଆରେ ବର୍ତ୍ତମାନ ସବୁଠାରୁ ମୂଲ୍ୟବାନ ପାଲଟି ଯାଇଛି ଧନ। ଆଜିକାଲିର ଦୁନିଆରେ ମନୁଷ୍ୟ ଯେତେ ଅଧିକ ରୋଜଗାର କଲେ ମଧ୍ୟ ତା ଠାରୁ ଅଧିକ ଖର୍ଚ୍ଚ ହୋଇଯାଏ। ସେଥିପାଇଁ ମଣିଷ ଅଧିକରୁ ଅଧିକ ଧନ ଉପାର୍ଜନ କରିବା ପାଇଁ ଭାବିଥାଏ। ସମାଜରେ ବହୁତ କମ ଲୋକ ଅଛନ୍ତି, ଯାହାର ପଇସା କମାଇବା ପାଇଁ ବହୁତ କମ ଇଚ୍ଛା ରହିଛି। ଅନ୍ୟ ସମସ୍ତେ ଅଧିକରୁ ଅଧିକ ପଇସା କମାଇବାରେ ଇଚ୍ଛା। ତେଣୁ ଧନର ମୋହ ସମସ୍ତଙ୍କୁ ରହିଛି ଏବଂ ସମସ୍ତେ ନିଜ ଭାଗ୍ୟକୁ ସୁଧାରି ଧନ ବୃଦ୍ଧି ପାଇଁ ଚେଷ୍ଟା କରିଥାନ୍ତି। ତେଣୁ ନିଜ ଘରେ ଧନ ବୃଦ୍ଧି କରିବା ପାଇଁ ଆମକୁ କିଛି ପଦକ୍ଷେପ ନେବାକୁ ପଡିବ। ଏହା ଦ୍ୱାରା ଘରେ ସୁଖ ଶାନ୍ତି ରହିବ ଏବଂ ଧନ ମଧ୍ୟ ବଢିବ। ଏଥିପାଇଁ ତିନୋଟି ମୟୁର ପଙ୍ଖ ବ୍ୟବହାର କରିବାକୁ ପଡିବ। ମୟୁର ପଙ୍ଖ ବହୁତ ଶକ୍ତିଶାଳୀ ଅଟେ ଏବଂ ସେଥିପାଇଁ ଏହାକୁ ଅନେକ ତନ୍ତ୍ର ବିଦ୍ୟା ପାଇଁ ବ୍ୟବହାର କରାଯାଏ।ଏହି ମୟୁର ପଙ୍ଖକୁ ବିଦ୍ୟା ଦେବୀ ସରସ୍ବତୀ, ଧନ ଦେବୀ ମହାଲକ୍ଷ୍ମୀ,ହନୁମାନ, ଗଣେଶ ପ୍ରଭୁ, କାର୍ତିକ ପ୍ରଭୁ, ପ୍ରଭୁ ଶ୍ରୀକୃଷ୍ଣ ଆଦି ସମସ୍ତଙ୍କ ସହିତ ରଖାଯାଇଥାଏ। ଯଦି ଏହି ମୟୁର ପଙ୍ଖକୁ ବଂଶୀ ସହ ମିଶାଇ ରଖାଯାଏ । ତେବେ ଘରେ ସୁଖ ଶାନ୍ତି ରହିଥାଏ। ଯଦି ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ରହୁଛି, ତେବେ ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତି ପରେ ମୟୁର ପଙ୍ଖ ଧରି ଏହାକୁ ଜୋରରେ ହଲାନ୍ତୁ। ଏହା ଦ୍ୱାରା ଘରର ଖରାପ ଦୃଷ୍ଟି ସବୁ ଚାଲି ଯିବ। ଏହାକୁ ପ୍ରତିଦିନ କରିବା ଆବଶ୍ୟକ। ଏହା ଦ୍ୱାରା ସକାରାତ୍ମକ ଉର୍ଜା ଘରେ ବଢିବ। ଏହା ଦ୍ୱାରା ଘରେ ମା ଲକ୍ଷ୍ମୀଙ୍କ ଆଗମନ ହେବ।ଘରେ ସର୍ବଦା ସକାରାତ୍ମକ ଉର୍ଜା ରହିବା ପାଇଁ ଏହାକୁ ଏକ ଶୁଭ ଦିନେ ଘରର ସେହି ସ୍ଥାନରେ ରଖନ୍ତୁ, ଯେଉଁ ସ୍ଥାନରେ ସମସ୍ତଙ୍କ ନଜର ପଡିବ। ଯାହା ଦ୍ୱାରା ଏହା ସମସ୍ତ ନକରାତ୍ମକ ଶକ୍ତି ନିଜ ଆଡକୁ ନେଇଯିବ। ଘରେ ମୟୁର ପଙ୍ଖ ରଖିବା ଦ୍ୱାରା ଘରର ବାସ୍ତୁ ଦୋଷ କଟିଯାଏ। ଘରର ପଙ୍ଖାରେ ଏହି ମୟୁର ପଂଖକୁ ଲଗାଇ ଦିଅନ୍ତୁ। ଏହା ଦ୍ୱାରା ପିଲାମାନଙ୍କୁ କୌଣସି ଅସୁବିଧା ହେବ ନାହିଁ। ଘରର ଠାକୁରଙ୍କ ପାଖରେ ମୟୁର ପଙ୍ଖ ରଖନ୍ତୁ। ଏହା ଦ୍ୱାରା ଘରେ ଧନ ବୃଦ୍ଧି ହେବ ଏବଂ ଟଙ୍କା ଜନିତ କୌଣସି ସମସ୍ୟା ରହିବ ନାହିଁ।

Spread the love