ଶମିତାଙ୍କୁ ପ୍ରେମିକା ନୁହେଁ ଭଲ ବନ୍ଧୁ ବୋଲି କହିଲେ ରାକେଶ ବାପତ୍‌

ନୂଆଦିଲ୍ଳୀ ୨୭।୦୩ : ବିଗ୍ ବସ୍ ଓଟିଟିର ଖ୍ୟାତି ତଥା ବଲିଉଡ ଅଭିନେତ୍ରୀ ସମିତା ସେଟ୍ଟୀ ଓ ଅଭିନେତା ରାକେଶ ବାପତ୍‌ଙ୍କ ସମ୍ପର୍କ ବିଷୟରେ ଅନେକ ଆଲୋଚନା ଚାଲିଛି । ରାକେଶ ଏବଂ ଶମିତା ଜାଣି ନଥିଲେ  ଦୁହେଁ ଦୁହିଁଙ୍କ ପ୍ରେମରେ ପଡିବେ ବୋଲି । ଶୋ’ରୁ ବାହାରିବା ପରେ ଦୁହିଁଙ୍କୁ ପ୍ରାୟ ଏକାଠି ଦେଖିବାକୁ ମିଳିଥିଲା । ନିକଟରେ ସେମାନଙ୍କ ସମ୍ପର୍କକୁ ନେଇ ଗୁଜବ ଉଠିଲା କି ଦୁହେଁ ଅଲଗା ହୋଇଯାଇଛନ୍ତି । ହେଲେ ଏହି ଚର୍ଚ୍ଚାକୁ ନେଇ ଶମିତା ଖଣ୍ଡନ କରିଥିଲେ।

ହେଲେ ଏବେ ପୁଣି ଥରେ ରାକେଶ ଖୋଲାଖୋଲି ଭାବରେ ସମସ୍ତଙ୍କ ସାମ୍ନାରେ ଏଭଳି କିଛି କହି ଦେଇଛନ୍ତି । ଯାହା ଖୁବ୍‌ ଭାଇରାଲ୍‌ ହେଉଛି । ଶମିତା ରାକେଶଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କୁ ତାଙ୍କ ପ୍ରେମିକ ବୋଲି ଭାବନ୍ତି, ଏହାକୁ ନେଇ ସର୍ବସାଧାରଣଣଙ୍କ ଆଗରେ କହିଛନ୍ତି, କିନ୍ତୁ ବୋଧହୁଏ ରାକେଶ ଶମିତାଙ୍କୁ ଗର୍ଲଫ୍ରେଣ୍ଡ ଭାବରେ ଗ୍ରହଣ କରିନାହାଁନ୍ତି । ଏହା ଆମେ କହୁନାହୁଁ, ରାକେଶ ନିଜେ କହିଛନ୍ତି। ନିକଟରେ ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ରାକେଶ ଶମିତାଙ୍କୁ ତାଙ୍କର ଜଣେ ପ୍ରିୟ ବନ୍ଧୁ ଭାବରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ଦୁହେଁ ଏକାଠି ବହୁତ ଖୁସି ଅଛନ୍ତି।

ଏହା ସହ ସେ ଆହୁରି କହିଛନ୍ତି, ଆମେ ବର୍ତ୍ତମାନ ଖୁସି ଜୋନରେ ଅଛୁ, ସେ ମୋର ଜଣେ ଭଲ ବନ୍ଧୁ, ବନ୍ଧୁତା ଏତେ ଶକ୍ତିଶାଳୀ ହେବା ଉଚିତ ଯେ ତାଙ୍କୁ କିଛି ପ୍ରଭାବିତ କରିପାରିବ ନାହିଁ । ଶମିତା ଜଣେ ଶାନ୍ତ ଭଲ ମଣିଷ । ଯେଉଁମାନେ ସଚ୍ଚୋଟ ଅଟନ୍ତି ସେମାନଙ୍କ ପାଇଁ ମୋର ବହୁତ ସମ୍ମାନ ଅଛି ।  ମୁଁ ଏହାକୁ ବର୍ତ୍ତମାନ ଏକ ସମ୍ପର୍କ ବୋଲି କହିବି ନାହିଁ । ବରଂ ଏହା ଏପରି ଏକ ବିଷୟ ଯାହାକି ଦୁଇ ଜଣ ପରସ୍ପରର ଯତ୍ନ ନେବା ସହିତ ପରସ୍ପର ସହିତ ଭଲ ସମୟ ଉପଭୋଗ କରୁଛୁ । ସେ ଜଣେ ମହିଳା ଏବଂ ମୁଁ ତାଙ୍କୁ ବହୁତ ସମ୍ମାନ କରେ ।

Spread the love