ବଡଭାଇର କାଠଫାଳିଆ ଆକ୍ରମଣରେ ସାନଭାଇର ମୃତ୍ୟୁ

ରାୟଗଡା ୩୦/୦୩ : ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଠାରେ ଅଭାବନୀୟ ଘଟଣା । ବଡଭାଇର କାଠ ଫାଳିଆ ଆକ୍ରମଣରେ ସାନ ଭାଇର ମୃତ୍ୟୁ । ଗତକାଲି ରାତିରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ସାନ ଭାଇ ହେଲେ କୁନା ନାୟକ ।

ତେବେ ଅଭିଯୁକ୍ତ ବଡଭାଇ ଜଣଙ୍କ ମାନସିକ ବିକାର ଗ୍ରସ୍ତ ହୋଇଥିବା ସୂଚନା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣା ପରେ ମୁକୁନ୍ଦପୁରରେ ଶୋକର ଛାୟା ଖେଳିଯାଇଛି ।

Spread the love