ସରିଲା ବିଧାନସଭା ଅଧିବେସନ, ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍‌

ଭୁବନେଶ୍ୱର, ୩୧/୦୩: ସରିଲା ବିଧାନସଭା ଅଧିବେସନ । ସମୁଦାୟ ୬ଟି କାର୍ଯ୍ୟ ଦିବସ ରହିଥିଲା । ୨ଟି ମୁଲତବୀ ପ୍ରସ୍ତାବ, ୪ଟି ଅଧ୍ୟାଦେଶ ଓ ୫ଟି ବିଲ୍‌ ଉପସ୍ଥାପିତ ହୋଇଛି । ଏଥିସହିତ ବ୍ୟୟମଞ୍ଜୁରୀ ବିଲ୍‌ ବିଧାନସଭାରେ ପାରିତ ହୋଇଛି ।

ତେବେ ଆଜି ବିଧାନସଭା ବଜେଟ୍ ଅଧିବେଶନର ଶେଷ ଦିନ ଥିଲା। ପ୍ରଶ୍ନ କାଳରେ ଜଳସମ୍ପଦ, ଯୋଜନା ସଂଯୋଜନା, କ୍ରୀଡା ଓ ଯୁବ ବ୍ୟାପାର, ସୂଚନା ଓ ଲୋକସଂପର୍କ , ବାଣିଜ୍ୟ, ପରିବହନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଆଲୋଚନା ହୋଇଥିଲା । ସେହିପରି ଅପରାହ୍ନରେ ଗୃହରେ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଏହା ଗୃହରେ ପାରିତ ହୋଇଛି । 

ବିଧାନସଭାର ବଜେଟ ଅଧିବେଶନରେ ଶେଷ ଦିନରେ ଗୃହର ସରଗରମ ହେବାର ସୂଚନା ରହିତିଲା । ଖାସ୍‌ କରି ଆଇନ୍‌ ଶୃଙ୍ଖଳା ପରିସ୍ଥିତି ନେଇ ବିରୋଧୀ କଂଗ୍ରେସ ଓ ବିଜେପି ଗୃହରେ ହୋହାଲ୍ଲା କରିବାର ସମ୍ଭାବନା ମଧ୍ୟ ରହିଥିଲା । ବୁଧବାର ଦିନ କଂଗ୍ରେସ ପକ୍ଷରୁ ଗୃହରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବିବୃତିକୁ ନେଇ ହଟଗୋଳ କରାଯାଇଥିଲା । ଏପିରିକି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ମଧ୍ୟ ବସିଥିଲେ ନେତା।

ଚିଲିକା ବୁଲିଯିବା ନେଇ ମଧ୍ୟ ଗୃହରେ ଆଜି ଘୋଷଣା ହୋଇଥିଲା । ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ ସମସ୍ତେ ଚିଲିକା ବୁଲିଯିବେ । ବିଧାନସଭା ପକ୍ଷରୁ ସମସ୍ତଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାରେ ଏନେଇ ଘୋଷଣା କରିଥିଲେ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆସନ୍ତା ଏପ୍ରିଲ୍‌ ମାସ ୧୫ ତାରିଖ ସମସ୍ତେ ଚିଲିକା ବୁଲିବାକୁ ଯିବେ । ଏଥିଲାଗି ୬ ତାରିଖ ସୁଦ୍ଧା ଇଚ୍ଛୁକ ଥିବା ମନ୍ତ୍ରୀ ଓ ବିଧାୟକମାନେ ବିଧାନସଭା ସଚିବାଳୟକୁ ଅବଗତ କରିବେ । ୧୫ ତାରିଖ ଦିନ ସକାଳ ୭ଟାରେ ବିଧାନସଭାରେ ସମସ୍ତଙ୍କୁ ପହଞ୍ଚିବା ପାଇଁ ନିର୍ଦ୍ଦେଶ ରହିଛି । ବ୍ରେକ୍‌ ଫାଷ୍ଟ ପରେ ସମସ୍ତେ ଆଇଏନ୍‌ଏସ୍‌ ଚିଲିକା ଯିବେ । ସେଠାରେ କାଳିଯାଇ ବୁଲିବେ ଏବଂ ଆଇଏନ୍‌ଏସ୍‌ ଚିଲିକାରେ କେମିତି ଯୁଦ୍ଧ ନେଇ ପ୍ରସ୍ତୁତି ହେଉଛି, ତାହା ଦେଖିବେ । ଶେଷରେ ସଂଧ୍ୟା ୬ଟାରେ ସମସ୍ତେ ଘରକୁ ଫେରିବ । 

Spread the love