ରୋଷେଇ ଘରୁ ଏ ସବୁ ଜିନିଷକୁ କେବେ ବି କରନ୍ତୁ ନାହିଁ ଶେଷ, ଅସନ୍ତୁଷ୍ଟ ହେବେ ମା’ ଲକ୍ଷ୍ମୀ

ମାତା ଲକ୍ଷ୍ମୀ ଯଦି କାହା ଉପରେ ପ୍ରସନ୍ନ ହୁଅନ୍ତି, ତେବେ ଭିକାରୀକୁ ରାଜ ଉଆସରେ ବସାଇ ଦିଅନ୍ତି । ଯଦି ମା’ ଲକ୍ଷ୍ମୀ କାହା ଉପରେ ଅସନ୍ତୁଷ୍ଟ ହୁଅନ୍ତି ତେବେ ତାକୁ ଦାଣ୍ଡର ଭିକାରୀ କରିଦିଅନ୍ତି । ଏଥିସହ ଘରେ ନକରାତ୍ମକ ପ୍ରଭାବ ଦେଖାଯାଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ରୋଷେଇ ଘରେ ଏଭଳି ଚାରୋଟି ଜିନିଷ ରହିଛି, ଯାହାକୁ ସବୁବେଳେ ନିଜ ରୋଷେଇ ଘରେ ରଖନ୍ତୁ । କେବେ ଏହାକୁ ଶେଷ ହେବାକୁ ଦେବେ ନାହିଁ, ନଚେତ୍ ଘରେ ନକରାତ୍ମକ ପ୍ରଭାବ ପଡିବା ସହ ମା’ ଲକ୍ଷ୍ମୀ ରାଗି ଯାଆନ୍ତି ।

ଅଟା: ପ୍ରତ୍ୟେକ ଘରେ ଅଟା ରହିଥାଏ । କାରଣ ସମସ୍ତେ ଆଜିକାଲି ରୁଟି ଖାଇବାକୁ ପସନ୍ଦ କରନ୍ତି । ଯଦି ଅଟା ନ ଥାଏ, ତେବେ ଘରେ କୌଣସି ଜିନିଷ ନ ଥିବା ଭଳି ମନେ ହୁଏ ।  ତେବେ ଅଟା ତ କେବେ ଘରୁ ଶେଷ ହୋଇ ନ ଥାଏ । ମାତ୍ର ମାସ ଶେଷରେ ଏହା ଶେଷ ହୋଇଯିବାର ସମ୍ଭାବନା ଥାଏ । ତେଣୁ ଅଟାକୁ ଅଧିକ ପରିମାଣରେ ସବୁବେଳେ ଆଣିବାକୁ ଚେଷ୍ଟା କରନ୍ତୁ । ଯାହା କେବେ ଏକଦମ୍ ଶେଷ ନ ହୋଇଯାଏ, ସେଥିପ୍ରତି ଧ୍ୟାନ ଦେବେ । ବାସ୍ତୁ ଶାସ୍ତ୍ର ଅନୁସାରେ, ଘରୁ ଅଟା ଶେଷ ହୋଇଗଲେ ତାହା ଅଶୁଭ ବୋଲି ମନେ କରାଯାଏ । ଯାହା ଦ୍ୱାରା ଘରେ ନକରାତ୍ମକ ପ୍ରଭାବ ପଡିବା ସହ ଘରର ମାନ ସମ୍ମାନ ମଧ୍ୟ ହାନି ହେବାର ବିଶ୍ୱାସ ରହିଛି ।
ହଳଦୀ: କଥାରେ ଅଛି ହଳଦୀ ନାହିଁ ତ ଖାଦ୍ୟର ସ୍ୱାଦ କି ରଙ୍ଗ ନାହିଁ । ହଳଦୀକୁ ଶୁଭ ବୋଲି ମନେ କରାଯାଏ । କାରଣ ଯେକୌଣସି ଶୁଭ କାର୍ଯ୍ୟରେ ଏହାର ବ୍ୟବହାର ପ୍ରଥମେ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ, ହଳଦୀ ଘରୁ ଶେଷ ହୋଇଯିବା ଅର୍ଥ ହେଉଛି ଅଶୁଭ ଲକ୍ଷଣ । ଘରୁ ହଳଦୀ  ଶେଷ ହୋଇଯିବା ଅର୍ଥ ଶୁଭ କାର୍ଯ୍ୟରେ ବିଘ୍ନ ଘଟିବାର ସମ୍ଭାବନା ଥାଏ । ଏଥିପାଇଁ ଘରୁ ହଳଦୀ କେବେ ଶେଷ ହେବାକୁ ଦିଅନ୍ତୁ ନାହିଁ ।
ଲୁଣ:ଲୁଣ ବିନା ଖାଦ୍ୟର ସ୍ୱାଦ ଖରାପ ହୋଇଯାଏ । ସେହିଭଳି ରୋଷେଇ ଘରୁ ଲୁଣ ଶେଷ ହୋଇଯାଏ, ତେବେ ଜୀବନର ସ୍ୱାଦ କମିଯାଏ । ଅର୍ଥାତ୍ ଯଦି ରୋଷେଇ ଘରୁ ଲୁଣ ଶେଷ ହୋଇଯାଏ ଘରେ ନକରାତ୍ମକ ପ୍ରଭାବ ପଡିଥାଏ । ଏହାଦ୍ୱାରା ବାସ୍ତୁଦୋଷ ଦେଖାଯାଏ ଏବଂ ଘରେ ଧନ ସମସ୍ୟାର ଆଗମନ ଆସିବାର ସଂକେତ ଦେଇଥାଏ ।
ଚାଉଳ: ରୋଷେଇ ଘରେ ଚାଉଳର ଆବଶ୍ୟକତା ରହିଥାଏ । ଏଥିସହ ପୂଜା ପାଠ ସମୟରେ ଚାଉଳକୁ ମଧ୍ୟ ବ୍ୟବହାର କରାଯାଏ । ମାତ୍ର ଆଜିକାଲି ଲୋକେ ଚାଉଳ ଖାଇବାକୁ ପସନ୍ଦ କରୁନାହାନ୍ତି । ଯେଉଁ କାରଣରୁ ଘରେ ଚାଉଳ ମଧ୍ୟ ରଖୁନାହାନ୍ତି । ମାତ୍ର ରୋଷେଇ ଘରୁ ଚାଉଳ ଶେଷ ହୋଇଯିବା ଦ୍ୱାରା ଘରେ ଶୁକ୍ରଗ୍ରହର ଦୋଷ ଲାଗିଥାଏ । ଏଥିସହ ଘରେ ଧନ ସମସ୍ୟା ଦେଖାଯାଏ ।

Spread the love