ଲାଞ୍ଚ ନେଇ ବନ୍ଧା ହେଲେ ତହସିଲ ସେକ୍ସନ ଅଫିସର
ବଲାଙ୍ଗୀର ୦୧/୦୪ : ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡ଼ବାବୁ । ଜବତ୍ ଟ୍ରାକ୍ଟର ରିଲିଜ ପାଇଁ ଅଫିସରେ ଲାଞ୍ଚ ନେଇଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ବଲାଙ୍ଗୀର ଆଗଲପୁର ତହସିଲର ସେକ୍ସନ ଅଫିସର କିଶୋର ଖର୍ସେଲ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ଜବତ ଟ୍ରାକ୍ଟରକୁ ଛାଡିଦେବା ପାଇଁ ମାଲିକଙ୍କ ଠାରୁ ୩୫ହଜାର ଟଙ୍କା ଲାଞ୍ଚ ନେଉଥିଲେ ।
କାର୍ଯ୍ୟାଳୟରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ କାବୁକରି ତାଙ୍କ ଠାରୁ କେମିକାଲ ବୋଳା ୩୫ ହଜାର ଟଙ୍କା ଜବତ କରିଛି । ଆଗଲପୁର ବ୍ଲକ ବିନ୍ଧାପାଲି ଗ୍ରାମର କୃଷ୍ଣଚନ୍ଦ୍ର ସାହୁ କୁକୁଡା ଫାର୍ମ ମରାମତି ପାଇଁ ନଈରୁ ବାଲି ନେଉଥିବା ବେଳେ ବେଆଇନ ବାଲି ଚାଲାଣ ନେଇଆରଆଇ ଟ୍ରାକ୍ଟର ଜବତ କରି ୧ଲକ୍ଷ ୧୫ ହଜାର ଟଙ୍କା ଫାଇନ କରିଥିଲେ । ଫାଇନ୍ ଡିପୋଜିଟ୍ କଲେ ଜବତ ଟ୍ରାକ୍ଟର ଛଡାଯିବ ବୋଲି ସେକ୍ସନ ଅଫିସର କହିଥିଲେ । ନଚେତ ୪୫ହଜାର ଟଙ୍କା ଲାଞ୍ଚ ଦେଲେ ଛଡାଯିବ ବୋଲି କହିଥିଲେ । ଏନେଇ ଟ୍ରାକ୍ଟର ମାଲିକ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ତେବେ ଗତକାଲି ସଂଧ୍ୟା ସମୟରେ ୩୫ ହଜାର ଲାଞ୍ଚ ଦେଉଥିବାଳେ ଭିଜିଲାନ୍ସ କାବୁ କରିଥିଲା ।ଗିରଫ୍ ପରେ ସେକ୍ସନ୍ ଅଫିସରଙ୍କ ବଲାଙ୍ଗୀର ହାତୀଶାଳପଡାଠାରେ ଥିବା ସରକାରୀ କ୍ୱାର୍ଟରରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିଲା । ବଲାଙ୍ଗୀର ଭିଜିଲାନ୍ସ ଡିଏସପି ପୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ବାକୁ କଟିଥିଲା ବଲାଙ୍ଗୀର ଭିଜିଲାନ୍ସ ଟିମ୍ ।