ଘୋଡ଼ାରେ ଚଢ଼ି ବିଦ୍ୟୁତ ବିଲ ଆଦାୟ

ନୂଆଦିଲ୍ଲୀ: ପେଟ୍ରୋଲ ଦର ଅହେତୁକ ବୃଦ୍ଧି ଯୋଗୁଁ ଲୋକମାନେ ବିଭିନ୍ନ ଉପାୟ ଆପଣାଉଛନ୍ତି। ଏମିତି ଏକ ଘଟଣା ବିହାରର ଶିଓହର ଜିଲ୍ଲାରେ ଶାହପୁର ବିଦ୍ୟୁତ ବିଭାଗ କର୍ମଚାରୀ ଅଭିଜିତ ତିୱାରୀ ଘୋଡା ଉପରେ ବସି ବିଜୁଳି ବିଲ ଆଦାୟ କରୁଥିବା  ସାମ୍ନାକୁ ଆସିଛି। ଶାହପୁର ନିବାସୀ ଅଭିଜିତ କହିଛନ୍ତି, ବୃଦ୍ଧି ପାଉଥିବା ତେଲ ଦର କାରଣରୁ ବାଇକରେ ତେଲ ପକାଇବା ବାଧୁଛି ଏବଂ ସେ ବାଇକ ଚଲାଇବା କମ କରି ଦେଇଛନ୍ତି। ଏହାଛଡ଼ା ବଜେଟ ଉପରେ ବି ଏହାର ପ୍ରଭାବ ପଡ଼ୁଛି, ସେଥିପାଇଁ ବାଇକ ବଦଳରେ ମୁଁ ଘୋଡ଼ା ଚଢ଼ି ବିଜୁଳି ବିଲ ଆଦାୟ କରିବାକୁ ବାହାରି ପଡ଼ିଛି।

ଅଭିଜିତଙ୍କ ଏଭଳି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ପାଲଟିଛି। ଲୋକମାନେ ଏହାକୁ ପେଟ୍ରୋଲ ମୂଲ୍ୟ ବୃଦ୍ଧିର ପାର୍ଶ୍ବ ପ୍ରଭାବ ବୋଲି କହୁଛନ୍ତି, କିନ୍ତୁ ଅଭିଜିତ ଏହାକୁ ବୁଦ୍ଧିମାନର ସବାରୀ ବୋଲି କହିଛନ୍ତି।ପାଖାପାଖି ଏମିତି ଏକ ଘଟଣା ମହାରାଷ୍ଟ୍ରର ଔରଙ୍ଗାବାଦରୁ କିଛିଦିନ ପୂର୍ବରୁ ସାମ୍ନାକୁ ଆସିଥିଲା। ଯେଉଁଠାରେ ଇନ୍ଧନର ବୃଦ୍ଧି ପାଉଥିବା ଦର ହେତୁ ଶେଖ ୟୁସୁଫ ମୋଟରସାଇକେଲ ବଦଳରେ ନିଜ ଘରଠାରୁ ୧୫କିଲୋମିଟର ଦୂର ନିଜ କାର୍ଯ୍ୟାଳକୁ ଘୋଡ଼ା ଚଢ଼ି ଯିବା ଆସିବା କରୁଛନ୍ତି।

Spread the love