ଅଇଁଠା ବାସନ ରାତିରେ ରଖୁଛନ୍ତି କି,ଏହି ଭୟଙ୍କର କଥା ଜାଣିରଖନ୍ତୁ ଆଉ ହେଇଯାନ୍ତୁ ସାବଧାନ,ନେହେଲେ ବଡ ଅସୁବିଧା ରେ ପଡିବେ ଆପଣ…

 ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ସାଧାରଣ ଭାବରେ ଆମେ ଆମ ଦୈନଦିନ ଜୀବନରେ କିଛି ନା କିଛି ଭୁଲ କରିଥାଉ।ଏହା ମଧ୍ୟରୁ ଅନେକ ଭୁଲ ଆପଣ ରୋଷେଇ ଘରେ ମଧ୍ୟ କରିଥାନ୍ତି। ଆମେ ରୋଷେଇ ଘରେ ବ୍ୟବହାର କରାଯାଉଥିବା ବାସନକୁ ନେଇ ମଧ୍ୟ ଅନେକ ଭୁଲ କରିଥାଉ।ଯାହାର ପରିଣାମ ବହୁତ ଖରାପ ହୋଇଥାଏ।ଏବେର ଲୋକମାନେ କର୍ମତ ଜୀବନରେ ଅନେକ କାର୍ଯ୍ୟ ବହୁତ ଡେରିରେ କରିଥାନ୍ତି।ଆମେ ଡେରିରେ କିମ୍ବା ଶୀଘ୍ର ଖାଦ୍ୟ ଖାଇଲେ ମଧ୍ୟ ରାତିରେ ଅଇଁଠା ବାସନକୁ ରଖିଦେଇଥାଉ। ଏହାଦ୍ବାରା ଆମକୁ ରାତିରେ କାର୍ଯ୍ୟ କରିବାକୁ ପଡିନଥାଏ।ଏହା ସହିତ ଏହାର ଅନ୍ୟ କାରଣ ହେଉଛି ଶୀତ ଦିନେ ରାତିରେ ହାତରେ ଥଣ୍ଡା ପାଣି ଲାଗିବ ନାହିଁ ବୋଲି ଆଇଁଠା ବାସନକୁ ଆମେ ସେପରି ଛାଡିଦେଇଥାଉ।ଏହାଦ୍ୱାରା ଘରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ।ଘରେ ଅଇଁଠା ବାସନ ରଖିବା ଦ୍ଵାରା କଳହ ଏବଂ ଅଶାନ୍ତି ଆଦି ଲାଗି ରହିଥାଏ।

ଯଦି ଆପଣ ମଧ୍ୟ ଏପରି ଅଇଁଠା ବାସନ ରଖିଦିଅନ୍ତି ତେବେ ଏହି ଅଇଁଠା ବାସନ ରଖନ୍ତୁ ନାହିଁ।ଏହାଦ୍ବାରା କଳହ ଅନେକ ମାତ୍ରାରେ ଲାଗିରହିଥାଏ।ତେବେ ଯଦି ଅଇଁଠା ବାସନ ତାହାର ପରଦିନ ରଖାଯାଏ ତେବେ ଘରେ ସଦସ୍ୟ ମାନଙ୍କ ମଧ୍ୟରେ କଳହ ଦେଖାଦେଇଥାଏ।ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ଏବଂ ସେହି ଘର ଛାଡ଼ିଦେଇଥାନ୍ତି।ଏହାଦ୍ବାରା ଘରେ ଧନର ଅଭାବ ଦେଖାଯାଇଥାଏ।ଘରେ ଯଦି ରାତିରେ ଅଇଁଠା ବାସନ ଦେଖାଯାଇଥାଏ ତେବେ ଘରେ ନକରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ।ଯଦି ଅଇଁଠା ବାସନ ତାହା ପର ଦିନ ପର୍ଯ୍ୟନ୍ତ ରଖାଯାଏ ତେବେ ସେଥିରେ ଯିବାଣୁ ଆଦି ସୃଷ୍ଟି ହୋଇଥାଏ। ଯଦି ଅଇଁଠା ବାସନ ରାତିରେ ରଖାଯାଏ ତେବେ ଘରର ସଦସ୍ୟଙ୍କ ଉପରେ ଭଗବାନ ଶନିଦେବଙ୍କ କୋପ ଦୃଷ୍ଟି ପଡିଥାଏ।ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ କେବେବି ସକାଳୁ ଉଠି ଅଇଁଠା ବାସନ ଧୋଇବା ଭଲ ନୁହଁ।ଏହାଦ୍ବାରା ସମ୍ପୂର୍ଣ୍ଣ ଦିନଟି ଖରାପ ଯାଇଥାଏ।

Spread the love