ଶ୍ରୀମନ୍ଦିର ରୋଷଘରେ ଭଙ୍ଗା ହେଲା ୮୦ରୁ ଅଧିକ ଚୁଲା

ଶ୍ରୀମନ୍ଦିର ରୋଷଘରେ ହୋଇଛି ବ୍ୟାପକ ଭଙ୍ଗାରୁଜା । ଗୋଟିଏ କି ଦୁଇଟି ନୁହେଁ ୮୦ରୁ ଅଧିକ ଚୁଲା ଭଙ୍ଗାରୁଜା ହୋଇଛି । ଶ୍ରୀମନ୍ଦିର ରୋଷ ଘରେ ଥିବା କୋଠଭୋଗ, ସାତପୁରି, ପିଠାଗଢ଼ା, ଥାଳିଆଡ଼ ଭଳି ଥିବା ବିଭିନ୍ନ ଚୁଲାକୁ କେହି ଭାଙ୍ଗି ଦେଇଛନ୍ତି । ଆଜି ସକାଳୁ ୮୦ରୁ ଅଧିକ ଚୁଲା ଭଙ୍ଗାରୁଜା ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଫଳରେ ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏତେ ସଂଖ୍ୟାରେ ଚୁଲାକୁ କିଏ ଓ କାହିଁକି ଭାଙ୍ଗିଲା ? କେଉଁ ଉଦ୍ଦେଶ୍ୟରେ ଏପରି କରାଯାଇଛି ? ଏହି ଭଙ୍ଗାରୁଜା ପଛରେ କାହାର ହାତ ରହିଛି ? ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଜେଟିପି ଓ ଅନ୍ୟ ସୁରକ୍ଷାବଳ ଭଙ୍ଗାରୁଜା ସମୟରେ କଣ କରୁଥିଲେ ? ସେପଟେ ରୋଷଘରେ ଭଙ୍ଗା ଘଟଣାକୁ ନେଇ ପୁରୀ ଜିଲ୍ଲାପାଳ ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିରକୁ ଯାଇ ସ୍ଥିତି ପରଖିଛନ୍ତି ।

Spread the love