ରେଲୱେ ବାତିଲ୍‌ କଲା ୧୬୮ ଟ୍ରେନ୍‌, ଯାଞ୍ଚ କରି ନିଅନ୍ତୁ ପୂରା ଲିଷ୍ଟ

ନୂଆଦିଲ୍ଳୀ ୦୩।୦୪ : ଦେଶରେ ଏମିତି କୌଣସି ନାଗରିକ ନାହାଁନ୍ତି ଯିଏ କେବେ ଟ୍ରେନରେ ଯାତ୍ରା କରି ନାହାଁନ୍ତି । ପ୍ରତିଦିନ ଟ୍ରେନ୍‌ରେ ହଜାର ହଜାର ଯାତ୍ରୀ ଚଳପ୍ରଚଳ କରନ୍ତି। ଏହି ଟ୍ରେନମାନଙ୍କରେ କୋଟି କୋଟି ଯାତ୍ରୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ କରନ୍ତି । ଏହି କାରଣରୁ ରେଳବାଇକୁ ଦେଶର ଲାଇଫ୍ ଲାଇନ୍ ବୋଲି କୁହାଯାଏ । ସାଧାରତଃ ଅନେକ ଲୋକମାନେ ଟ୍ରେନରେ କନଫର୍ମ ଟିକେଟ୍ ପାଇବା ପାଇଁ ମାସକ ପୂର୍ବରୁ ରେଜିଷ୍ଟ୍ରେସନ କରିବାକୁ ପଡିଥାଏ । ଏପରି ପରିସ୍ଥିତିରେ ଯଦି ଶେଷ ମୁହୂର୍ତ୍ତରେ ଟିକେଟ୍ ବାତିଲ ତଥା କ୍ୟାନସିଲ୍‌ ହୋଇଯାଏ, ତାହାଲେ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେବେ ଟ୍ରେନ୍ ବାତିଲ୍ ହେତୁ ରେଳବାଇ ମଧ୍ୟ ବହୁ ଆର୍ଥିକ କ୍ଷତି ସହିଛି ।

କହିବାକୁ ଗଲେ ଯେ ରେଲୱେର ଟ୍ରେନ୍‌ ବାତିଲ୍‌ ଡାଏଭର୍ଟ ଓ ରିସିଡ୍ୟୁଲ୍‌ କରିବାର ଦୁଇଟି ମୁଖ୍ୟ କାରଣ ଅଚି । ପ୍ରଥମଟି ହେଉଛି ଖରାପ ଜନିତ ପାଗ । ବର୍ଷା, ଝଡ, ବତ୍ୟା, କୁହୁଡି ସମୟରେ ଟ୍ରେନ୍‌ ବାତିଲ୍‌ ହୋଇଥାଏ ନଚେତ୍‌ ଡାଇଭର୍ଟ ତଥା ସିଡୟୁଲ୍‌ କରିବାକୁ ପଡିଥାଏ ।  ଏହା ବ୍ୟତୀତ ରେଳବାଇ ସମୟ ସମୟରେ ରେଳ ଟ୍ରାକ୍ ମରାମତି କରିଥାଏ । ଏହାର କାରଣ ହେଉଛି ଗୋଟିଏ ଦିନରେ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରିଥାଏ । ଏଭଳି ପରିସ୍ଥିତିରେ, ରେଳ ଟ୍ରାକ୍ ରକ୍ଷଣାବେକ୍ଷଣ ପାଇଁ, ସମୟରେ ଟ୍ରାକଗୁଡିକ ମରାମତି କରାଯିବା ଆବଶ୍ୟକ। ରେଳବାଇ ବିଭିନ୍ନ କାରଣରୁ ଅନେକ ଟ୍ରେନ୍ ବାତିଲ୍ ହୋଇଥାଏ ।

ଆଜି ରେଲୱେ ବାତିଲ କରିଛି ୧୬୮ ଟ୍ରେନ, ୧୦ଟି ଟ୍ରେନକୁ କରିଛି ରିସିଡ୍ୟୁଲ୍‌

୩ ଏପ୍ରିଲ ୨୦୨୨ରେ, ରେଳବାଇ ସମୁଦାୟ ୧୬୮ ଟ୍ରେନ୍‌କୁ ସଂପୂର୍ଣ୍ଣ ବାତିଲ କରିଦେଇଛି। ସମୁଦାୟ ୧୩୬ଟି ଟ୍ରେନ୍ ସଂପୂର୍ଣ୍ଣ ବାତିଲ ହୋଇଛି ଏବଂ ୩୨ଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଛି। ରେଳବାଇ ୱେବସାଇଟ ଅନୁଯାୟୀ, ୧୦ଟି ଟ୍ରେନକୁ ରିସିଡ୍ୟୁଲ୍‌ କରାଯାଇଛି । ୨୧ ଟି ଟ୍ରେନକୁ ଡାଇଭର୍ଟ କରାଯାଇଛି। ଯଦି ଆପଣ ମଧ୍ୟ ବାତିଲ, ରିସିଡ୍ୟୁଲ୍‌ କିମ୍ବା ଡାଇଭର୍ଟ ଟ୍ରେନର ତାଲିକା ଯାଞ୍ଚ କରିବାକୁ ଚାହାଁନ୍ତି, ତେବେ ଆପଣ ଆମ ଦ୍ବାରା ଦିଆଯାଇଥିବା ପ୍ରକ୍ରିୟାକୁ ଯାଞ୍ଚ କରିପାରିବେ । ଏଥିପାଇଁ ଆପଣଙ୍କ ପାଖରେ ଏକ ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ସୁବିଧା ଥିବା ଆବଶ୍ୟକ । ତେବେ ଚାଲନ୍ତୁ ଜାଣିବା ଏହି ସବୁ ବିଷୟରେ-

ବାତିଲ, ରିସିଡ୍ୟୁଲ୍‌ କିମ୍ବା ଡାଇଭର୍ଟ ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ https://www.irctchelp.in/cancelled-trains-list/ର ୱେବସାଇଟ୍ ଯାଆନ୍ତୁ । ଏହା ପରେ ଆଜିର ତାରିଖ ଅନୁଯାୟୀ ତଥା ପକାଇ ବାତିଲ, ଡାଇଭର୍ଟ ଏବଂ ରିସିଡ୍ୟୁଲ୍‌ର ତାଲିକା ଚେକ୍‌ କରନ୍ତୁ।

Spread the love