ଦୁର୍ବୃତ୍ତଙ୍କ ଆକ୍ରମଣରେ ମାଆ-ପୁଅ ଗୁରୁତର

ସୋର, ୦୫/୦୪ : ଦୁର୍ବୃତ୍ତଙ୍କ ଆକ୍ରମଣରେ ମାଆ-ପୁଅ ଗୁରୁତର । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ବାରାହପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ଗ୍ରାମର ଅଙ୍ଗୁର ଘୋଷ ଓ ତାଙ୍କ ମା ରେବତୀ ଘୋଷ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନାନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବାରାହପୁର ଗ୍ରାମର ରେବତୀ ବାହାରକୁ ପରିସ୍ରା କରିବା ପାଇଁ ଉଠିଥିଲେ ।

ଏତିକି ବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଆକ୍ରମଣ କରି ଘରେ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ରେବତୀଙ୍କ ବଡ଼ପୁଅ ଅଙ୍କୁର ଏହାକୁ ପ୍ରତିବାଦ କରିବାକୁ ଦୁର୍ବୃତ୍ତମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ଫେରାର୍ ହୋଇଯାଇଥିଲେ । ଏହି ଆକ୍ରମଣରେ ଉଭୟ ରେବତୀ ଓ ଅଙ୍କୁର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ହେଲେ ସେଠାରେ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟ ମା-ପୁଅଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love