ନିଶାଗ୍ରସ୍ତ ପୁଅ ମୁହଁରେ ଲଙ୍କା ଗୁଣ୍ଡ ବୋଳିଲା ମାଆ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ ୦୫/୦୪ :  ଆଜିର ଯୁବପିଢି ଶୀଘ୍ର ନିଶା କବଳରେ ପଡିଥାନ୍ତି । ମଦକ ଦ୍ରବ୍ୟ ସହ ଗୁଟଖା ଖଇନ କବଳରେ ଆଜିର ଯୁବପିଢି। ନିଶା ବ୍ୟବସାୟରେ ମଧ୍ୟରେ ସାମିଲ ହୋଇଥାନ୍ତି। ଯାହାର ପରିମାଣ ପରିବାର ଲୋକେ ଭୋଗିଥାନ୍ତି। ଅନ୍ୟପଟେ ନିଶାମୁକ୍ତି ଯେକୌଣସି ବ୍ୟକ୍ତି ପାଇଁ କଠିନ ହୋଇଥାଏ। କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ ବେଶ ଭାଇରାଲ।

ଭାଇରାଲ ଭିଡିଓରେ ଜଣେ ମାଆ ନିଜ ନିଶାଗ୍ରସ୍ତ ପୁଅକୁ ସୁଧାରିବା ପାଇଁ ମୁହଁରେ ଲଙ୍କା ଗୁଣ୍ଡ ବୋଳୁଥିବା ଦେଖୁଥିବା ଦେଖିବାକୁ ମିଳୁଛି। ଭିଡିଓଟି ତେଲେଙ୍ଗାନାର ନଲଗୋଣ୍ଡ ଜିଲ୍ଲାର ହୋଇଥିବା ଜଣାପଡିଛି। ଏଠାରେ ବର୍ଷେ ହେବ ଗଞ୍ଜେଇ କବଳରେ ଥିବା ଜଣେ ଯୁବକକୁ ବିଜୁଳି ଖୁଣ୍ଟରେ ବାନ୍ଧି ରଖାଯାଇଛି.

ପିଲାଟିର ମାଆ ତାର ମୁହଁରେ ଲଙ୍କା ଗୁଣ୍ଡ ବୋଳିବା ବେଳେ ଅନ୍ୟ ଜଣେ ମହିଳା ତାର ହାତ ଧରୁଥିବା ଦେଖିବାକୁ ମିଳୁଛି । ଏହାପରେ ଯୁବକଟି କଷ୍ଟରେ ଚିତ୍କାର କରୁଥିବା ଶୁଣିବାକୁ ମିଳୁଛି । ଏହି ଭିଡିଓ ନିଶାଗ୍ରସ୍ତ ଯୁବକଙ୍କ ପାଇଁ ଏକ ଶିକ୍ଷା ବୋଲି କୁହାଯାଉଛି।

Spread the love