ମା’ ହିଙ୍ଗୁଳାଙ୍କ ଆଦ୍ୟ ପର୍ଵ ଯନ୍ତାଳ ପୂଜା ଅନୁଷ୍ଠିତ

ଅନଗୁଳ, ୦୬/୦୪: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଆଜି ଯନ୍ତାଳ ପୂଜା ହୋଇଛି । ହିଙ୍ଗୁଳା ମାଆଙ୍କର ଆଦ୍ୟ ପର୍ବ ଅର୍ଥାତ ପ୍ରାରମ୍ଭିକ ପୂଜା ଯନ୍ତାଳ ପୂଜା ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଛି । ଲୋକ ମତ ଅନୁସାରେ ଏକ ସ୍ଵତନ୍ତ୍ର ପୂଜା ଅର୍ଚ୍ଚନା ପରେ ଦେହୁରୀ ପତିଆରଙ୍କୁ ଦିଅଘରୁ ନିମନ୍ତ୍ରଣ କରି ଆଣିଥାନ୍ତି ମୁଖ୍ୟ ମଣ୍ଡପକୁ। ସେଠି ଦେହୁରୀ ପତିଆରଙ୍କୁ ଘିଅ, ଗୁଡ଼, ଫୁଲ, ଚନ୍ଦନ, ଉଖୁଡା, ନଡ଼ିଆ, କଦଳୀ ଦେଇ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିଥାନ୍ତି । ପତିଆରଙ୍କୁ ମୁଣ୍ଡ ଉପରେ ମହଣ ମହଣ ଘୁଡ କ୍ଷୀର ଢାଳିବା ପରେ ପତିଆର ସନ୍ତୁଷ୍ଟ ହୋଇଥାନ୍ତି ଏବଂ ପତିଆର ଦେହୁରୀଙ୍କୁ ମାଆ କେଉଁ ଜାଗାରେ ମଧ୍ୟ ରାତ୍ରରେ ଆବିର୍ଭାବ ହେବେ ସୂଚନା ଦେଇଥାନ୍ତି ବୋଲି ସ୍ଥାନୀୟ ବାସିନ୍ଦାଙ୍କର ବିଶ୍ୱାସ ରହିଛି । ଆସନ୍ତାକାଲି ମାଆଙ୍କର ନବ କଳେବର ଦର୍ଶନ ହେବ ବୋଲି ପରମ୍ପରା ରହିଛି ।

Spread the love