ଶପଥ ନେଲେ ସୁବାସ ସିଂହ, CMCର ୫ମ ମେୟର ଭାବେ ନେଲେ ଶପଥ

କଟକ ୦୭।୦୪ : ଶପଥ ନେଲେ ସୁବାସ ସିଂହ । କଟକ ମହାନଗର ନିଗମର ନୂତନ ମେୟର ଭାବେ ଶପଥ ନେଲେ ସୁବାସ ସିଂହ । କଟକ ମହାନଗର ନିଗମ (ସିଏମ୍‌ସି)ର ପଞ୍ଚମ ମେୟର ଭାବେ ଶପଥ ଗ୍ରହଣ କଲେ ସୁବାସ ସିଂହ ।

ସେହିପରି ତାଙ୍କ ସହ ନବନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଶପଥ ପାଠ କରାଇଲେ ନଗର ଉନ୍ନୟନ୍ନ ବିଭାଗ ସଚିବ ସଂଗ୍ରାମଜିତ ନାୟକ। ଶପଥ ଗ୍ରହଣ ଉତ୍ସବରେ ଜିଲ୍ଲାପାଳ, ସିଏମ୍‌ସି କମିଶନରଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ ଯେ, ବାମ ଦଳରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ପରେ ବିଜେଡିର ଯୋଗଦେଇଥିଲେ । ଜଣେ ଦକ୍ଷ ସଂଗଠନ ଭାବେ ବେଶ୍‌ ଜଣାଶୁଣା ସୁବାସ ସିଂହ । ବସ୍ତିବାସିନ୍ଦା ଓ ଶ୍ରମିକଙ୍କ ହକ୍‌ ପାଇଁ ସେ ସର୍ବଦା ଲଢେଇ କରନ୍ତି । ଏବେ ସୁବାସ ସିଂହ ରାଜ୍ୟସଭାର ସାଂସଦ ଅଛନ୍ତି ।

Spread the love