ନାଲି ଅଙ୍ଗୁରର ଉପକାରିତା

ନୂଆଦିଲ୍ଳୀ  : ନାଲି ଅଙ୍ଗୁର ଖାଇବା ଦ୍ବାରା ଶରୀରକୁ ଅନେକ ଉପକାର ମିଳିଥାଏ ।  ବିଶେଷ କରି ଏହା ତ୍ୱଚା ପାଇଁ ଅଧିକ ଲାଭଦାୟକ ହୋଇଥାଏ। ନାଲି ଅଙ୍ଗୁର ଖାଇବା ଦ୍ଵାରା ଚେହେରାରେ ଥିବା ଦାଗକୁ ସମ୍ପୂର୍ଣ୍ଣ ରୂପେ ସଫା କରିଥାଏ । ନାଲି ଅଙ୍ଗୁର ବ୍ୟବହାର କରିବାର ଅନେକ ଉପାୟ ଅଛି । ଯଦି ଆପଣ ଚାହାଁନ୍ତି, ତେବେ ଏହାକୁ ନିଜ ଖାଦ୍ୟରେ ନେଇ ଖାଇପାରିବେ କିମ୍ବା ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ମୁହଁରେ ଲଗାଇ ପାରିବେ।

ନାଲି ଅଙ୍ଗୁରର ଉପକାର-

ଅକ୍ସିଡେଟିଭ୍ ଷ୍ଟ୍ରେସ୍‌ ବା ଅତ୍ୟଧିକ ଚାପ ଚର୍ମ ରୋଗର କାରଣ ହୋଇପାରେ। ତେଣୁ ଲାଲ୍ ଅଙ୍ଗୁର ଏଥିରେ ବହୁତ ଉପକାରୀ । ଅମ୍ଳଜାନ ଚାପକୁ କମାଇବାରେ ଲାଲ୍ ଅଙ୍ଗୁର ବହୁତ ସହାୟକ ହୋଇଥାଏ ।

ନାଲି ଅଙ୍ଗୁରରେ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଥାଏ । ଭିଟାମିନ୍-ସି ଚର୍ମକୁ ସୁନ୍ଦର କରିଥାଏ ।

ଚର୍ମରେ ଥିବା ଦାଗ ଏବଂ ବ୍ରଣକୁ ଭଲ କରିବାରେ ଲାଲ୍ ଅଙ୍ଗୁର ମଧ୍ୟ ସହାୟକ ହୋଇଥାଏ ।

ନାଲି ଅଙ୍ଗୁରରେ ରେସଭାଟ୍ରୋଲ୍ ଥାଏ, ଯାହା ବାର୍ଦ୍ଧକ୍ୟର ଲକ୍ଷଣ ତଥା ବୟସ ବଢୁଥିବା ଲକ୍ଷଣକୁ ହ୍ରାସ କରିଥାଏ । ରେସଭାଟ୍ରୋଲ୍ ଏକ ଆଣ୍ଟିଅକ୍ସିଡାଣ୍ଟ, ଯାହା ସୁସ୍ଥ ଚର୍ମକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।

ଲାଲ୍ ଅଙ୍ଗୁରରେ ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟିଭାଇରାଲ୍‌ର ଗୁଣ ମଧ୍ୟ ରହିଥାଏ । ଏହି ଗୁଡିକ ଚର୍ମ ସଂକ୍ରମଣରୁ ରକ୍ଷା କରିଥାଏ ।

କିପରି ବ୍ୟବହାର କରିବେ-

ଯଦି ଆପଣ ଚାହାଁନ୍ତି, ଆପଣ ନିଜ ଖାଦ୍ୟରେ ନାଲି ଅଙ୍ଗୁର ମଧ୍ୟ ଅନ୍ତର୍ଭୁକ୍ତ କରିପାରିବେ । ଯେମିତିକି ଫଳ ଆକାରରେ ଖାଇ ପାରିବେ । ନଚେତ୍‌ ସାଲାଡ୍‌ ଆକାରରେ । ଏଥିରେ ଥିବା ଭିଟାମିନ୍ ସି, ଭିଟାମିନ୍ ଇ ଏବଂ ଆଣ୍ଟିଅକ୍ସିଡାଣ୍ଟ ତ୍ବଚା ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ଲାଲ୍ ଅଙ୍ଗୁରକୁ ଆପଣ ଫେସ୍ ପ୍ୟାକ୍ ଭାବରେ ମଧ୍ୟ ବ୍ୟବହାର କରିପାରିବେ । ଏଥିପାଇଁ ଆପଣ ଟମାଟୋ ଏବଂ ଅଙ୍ଗୁରକୁ ମିଶାଇ ଉଭୟକୁ ଭଲ ଭାବରେ ମାଲିସ୍ କରନ୍ତୁ ଏବଂ ତା’ପରେ ୨୦ ମିନିଟ୍ ପରେ ପାଣିରେ ଧୋଇ ଦିଅନ୍ତୁ। ଏହି କାରଣରୁ ଚେହେରାର ଥିବା ବ୍ରଣ ଏବଂ ଦାଗ ଭଲ ହୋଇଯାଏ।

Spread the love