ଡ଼ାଟା ଚୋରି କରୁଛି ଆଣ୍ଟିଭାଇରସ ଆପ

ନୂଆଦିଲ୍ଲୀ : ମୋବାଇଲରେ ଥିବା ଆଣ୍ଟି ଭାଇରସ ଆପ୍‌ ଗୁଡିକ ୟୁଜରଙ୍କ ବ୍ୟକ୍ତିଗତ ଡାଟା ଚୋରାଇ ନେଉଥିବା ଘଟଣା ସାମ୍ନାକୁ ଆସିଛି। ଆଲ୍ଫା ଆଣ୍ଟି ଭାଇରସ କ୍ଲିନର, ଆଟମ କ୍ଲିନ ବୁଷ୍ଟର, ଆଣ୍ଟି ଭାଇରସ ସୁପର କ୍ଲିନର, ପାୱାରଫୁଲ କ୍ଲିନର ଆଣ୍ଟି ଭାଇରସ ଏବଂ ସେଣ୍ଟର ସିକ୍ୟୁରିଟି ଆଣ୍ଟି ଭାଇରସ ଭଳି ୬ ଆଣ୍ଟି ଭାଇରସ ଆପ  ଏହା ମଧ୍ୟରେ ସାମିଲ ରହିଛି।ଘଟଣାର ଗମ୍ଭୀରତାକୁ ଦେଖି ଗୁଗଲ ଏହାର ପ୍ଲେ ଷ୍ଟୋରରୁ ଏଭଳି ୬ ଆପ୍ଲିକେଶନକୁ ହଟାଇ ଦେଇଛି। ଏହି ଆପ୍‌ଗୁଡିକ ଲୋକଙ୍କ ଫୋନକୁ ଭାଇରସ ମଧ୍ୟ ପହଞ୍ଚାଉଥିଲେ।ଏଭଳି ଆପ୍ଲିକେଶନ ଦ୍ୱାରା ୟୁଜରଙ୍କ ପାସୱାର୍ଡ, ବ୍ୟାଙ୍କ ସମ୍ପର୍କିତ ତଥ୍ୟ ଏବଂ ଅନ୍ୟ ବ୍ୟକ୍ତିଗତ ତଥ୍ୟ ଚୋରି ହେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ମାଲ୍‌ୱେର ଭିତ୍ତିକ ଆପ୍ଲିକେଶନଗୁଡିକୁ ୧୫ ହଜାରରୁ ଉଦ୍ଧ୍ୱର୍ ଥର ଡାଉନଲୋଡ କରାଯାଇଛି।

ଚେକ୍‌ ପଏଣ୍ଟ ପକ୍ଷରୁ ଏକ ରିପୋର୍ଟ ମୁତାବକ,ଏଭଳି ମାଲୱେର ଜିଓଫେନସିଂ ଫିଚର ଏବଂ ଚୋରି ଟେକ୍ନୋଲୋଜି ଉପରେ କାମ କରିଥାଏ। ଯାହା ଏହାକୁ ଅନ୍ୟ ମାଲ୍‌ୱେରଠାରୁ ଅଲଗା କରିଥାଏ।ଏହି ମାଲ୍‌ୱେର ଦ୍ୱାରା ଇଟାଲୀ ଏବଂ ଇଂଲଣ୍ଡର ୟୁଜର୍ସ ବେଶି ପ୍ରଭାବିତ ହୋଇଛନ୍ତି। ଉପରୋକ୍ତ ଆପ୍‌ ଗୁଡ଼ିକ ମଧ୍ୟରୁ ଯଦି କୌଣସି ଆପ୍‌ ଆପଣ ବ୍ୟବହାର କରୁଥାନ୍ତି ତେବେ ତାହାକୁ ତୁରନ୍ତ ଡିଲିଟ୍‌ କରିଦେବା ଉଚିତ।ଏହା ଦ୍ୱାରା ଆପଣଙ୍କ ସହ ବ୍ୟାଙ୍କ ଠକେଇ ହେବାର ଆଶଙ୍କା ରହିଥିବା ଜଣାଯାଉଛି।

Spread the love