ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ମାନବବିହୀନ ଟ୍ୟାଙ୍କ

ନୂଆଦିଲ୍ଲୀ: ଡିଆରଡିଓ  ଗବେଷଣା କରି ମାନବବିହୀନ ଟ୍ୟାଙ୍କର ବିକାଶ କରିଛି।ତେଣୁ ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ମିଳିବ ଆଉ ଏକ ଶକ୍ତି।ଯାହା ଦ୍ୱାରା ବିନା ମଣିଷରେ ଯୁଦ୍ଧ କରିହେବ । ଏହି ଟ୍ୟାଙ୍କର ନାଁ ଅର୍ଜୁନ ଏମକେ-୧ଏ ରହିଥିବା ବେଳ ଯୁଦ୍ଧ ଭୂମିରେ ବିନା ଯୋଦ୍ଧାରେ ଶତ୍ରୁଙ୍କ ସହ ଲଢ଼େଇ କରିବ ।

କମ୍ବାଟ୍ ଭେଇକିଲ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ବା (ସିଭିଆରଡିଇ) ଭାରତୀୟ ସେନା ପାଇଁ ଯୁଦ୍ଧ ଟ୍ୟାଙ୍କର ଡିଜାଇନ୍ ପ୍ରସ୍ତୁତ କରିଛି । ଭବିଷ୍ୟତରେ ଏହାକୁ ବିକଶିତ କରିବା ପାଇଁ ଆହୁରି ଲକ୍ଷ୍ୟ ରଖାଯାଇଛି । ଏଥିରେ ସିଭିଆରଡିଇ ୬୦୦ଏଚପି ଇଞ୍ଚିନ ସହ ଉନ୍ନତ କୌଶଳରେ ଏହାକୁ ନିର୍ମାଣ କରାଯାଇଛି ।

ଡିଆରଡିଓ ଓ ଭାରତୀୟ ସ୍ୱଦେଶୀ ଉଦ୍ୟମ ଯୋଗୁ ଏହା ସଫଳ ହୋଇଛି । ଆଉ ଏହି ଟ୍ୟାଙ୍କକୁ ଆଗକୁ ଆହୁରି ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଯାହା ଦ୍ବାରା ଭାରତର ଟେକ୍ନୋଲୋଜି ମଧ୍ୟ ବୃଦ୍ଧି ପାଇବ । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମ ନିର୍ଭରଶୀଳ ହୋଇପାରିବ । ସବୁଠାରୁ ବଡ଼ କଥା ହେଉଛି ଏଥି ଯୋଗୁ ପ୍ରତିରକ୍ଷା କ୍ଷେତ୍ରରେ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ ।

Spread the love